ବାରିପଦା – ତା :- 01/03/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମଧୁବନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ଵିତୀୟ ବାର୍ଷିକ ମଧୁବନ ପ୍ରିମିୟର ଲିଗ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ଇଗଲ ୱାରିୟାର୍ସ ଡେଭିଲ ଇଲେଭେନକୁ 5 ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଡେଭିଲ ଇଲେଭେନ 10 ଓଭରରେ 5 ଉଇକେଟ ହରାଇ 103 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଆଶିଷ କୁମାର ବାରିକ 52 ଓ ହରିଶଙ୍କର ଘୋଷ 31 ରନ କରିଥିବାବେଳେ ବିପକ୍ଷ ଦଳର ରଞ୍ଜିତ ପଣ୍ଡା 4 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଇଗଲ ୱାରିୟାର୍ସ 9.4 ଓଭରରେ 5 ଉଇକେଟ ହରାଇ ବିଜୟୀ ହେବା ସହ ଏ ବର୍ଷର ଚମ୍ପିୟାନ ହୋଇଛନ୍ତି I ସାଇବା ସିଂ ଅପରାଜିତ 41 ଓ ରଞ୍ଜିତ ପଣ୍ଡା 21 ରନ ସଂଗ୍ରହ କରିଥିବାବେଳେ ହରିଶଙ୍କର ଘୋଷ 3 ଟି ଓ ସଂଜୀବ କୁମାର ମହାପାତ୍ର 2 ଟି ଉଇକେଟ ଅକ୍ତିଆର କରିଥିଲେ I ଅରୁଣ କୁମାର ଭଣ୍ଡାରୀ ଓ ମଳୟ କୁମାର ସେନାପତି ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ଦୀପକ ଦାସ ଧାରବିବରଣୀ ପ୍ରଦାନ କରିଥିଲେ I ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ରଞ୍ଜିତ ପଣ୍ଡା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମେନ ଅଫ ଦି ସିରିଜ ସାଇବା ସିଂ, ଶ୍ରେଷ୍ଠ ବୋଲର ହରିଶଙ୍କର ଘୋଷ, ଶ୍ରେଷ୍ଠ ଫିଲଡର ମହମ୍ମଦ ରାଜା ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ କ୍ୟାଚ ପାଇଁ ତପନ ସିଂଙ୍କୁ ପୁରସ୍କୃତ କରାଯାଇଥିଲା I ଚମ୍ପିୟାନ ଦଳକୁ 50 ହଜାର ନଗଦ ରାଶି ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ନଗଦ 30 ହଜାର ଓ ଟ୍ରଫି ପ୍ରଦାନ କରାଯାଇଛି I ମୁଖ୍ୟ ଅତିଥି ଭାବେ ଯୁବ ନେତା ପିଣ୍ଟୁ ମାଇତି ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରିକେଟ ଖେଳାଳି ଲୋହିତ ଦାସ ଓ ସମାଜସେବୀ ନୁରୁଲ ଇସଲାମ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମଧୁବନ କ୍ରିକେଟ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ I