ବାରିପଦା :ତା.28-02-2023 ରିଖ. ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ମୟୁରଭଞ୍ଜ, ଅକ୍ଷୟ ସୁନୀଲ ଅଗ୍ରୱାଲ, ଅଧ୍ୟକ୍ଷତା ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର ଗୌର ମୋହନ ସିଂ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ.ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ କି ଓଡିଶା ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ଉଦ୍ୟୋଗୀ ଚିନ୍ତା ଧାରା କୁ ସମ୍ମାନ ଜଣାଇ ପ୍ରତିବର୍ଷ ଆମ ରାଜ୍ୟ ରେ ମାର୍ଚ୍ଚ 5 ତାରିଖ ରୁ 9 ତାରିଖ ଶିଳ୍ପଦ୍ୟୋଗୀ ସପ୍ତାହ ପାଳନ କରାଯାଇଥାଏ.ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମାର୍ଚ୍ଚ 5 ତାରିଖ ରୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ର ଆନୁକୂଲ୍ୟରେ ବାରିପଦା ଛଉ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ -2023 ସମ୍ଭନ୍ଧ ରେ ବିଶଦ ସୂଚନା ପ୍ରଦାନ କରିବା ସହ ଚଳିତ ବର୍ଷ ଏହା ବୃହତ ଆକାର ରେ ଜିଲ୍ଲା ସ୍ତରରେ ଆୟୋଜିତ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ,ଯଦ୍ୱାରା ଜିଲ୍ଲା ର ସମସ୍ତ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ହସ୍ତ ଶିଳ୍ପ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦନ ସାମଗ୍ରୀ ର ପ୍ରଦର୍ଶନୀ ତଥା ବିକ୍ରୟ ର ସୁଯୋଗ ପାଇ ପlରିବା ସହ ଭବିଷ୍ୟତରେ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ମଧ୍ୟ ଉପଯୁକ୍ତ ବଜାର ର ସୁବିଧା ପାଇ ପାରିବେ. ଏହି ପ୍ରଦର୍ଶନୀ ରେ ମୋଟ 100 ଗୋଟି ଷ୍ଟଲ ନିର୍ମାଣ କରାଯାଇ ସ୍ଥାନୀୟ ଶିଳ୍ପଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତ ଶିଳ୍ପ କାରିଗର, ଓରମାସ, ମିଶନ ଶକ୍ତି ଓ ସ୍ବେଛାସେବୀ ସଂଗଠନ ମାନଙ୍କ ମଧ୍ୟରେ ବଣ୍ଟନ କରାଯିବ. ଉକ୍ତ ପ୍ରଦର୍ଶନୀ ପ୍ରତ୍ୟେକ ଦିନ ପୂର୍ବାହ୍ନ 10 ଘଟିକା ରୁ ରାତ୍ର 10 ଘଟିକା ପର୍ଯ୍ୟନ୍ତ ଜନସାଧାରଣ ଙ୍କ ପାଇଁ ଖୋଲା ରହିବ.ଏହାଛଡା ପ୍ରତିଦିନ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟ ରେ ଲୋକମାନଙ୍କୁ ଅବଗତ କରାଇବା ସହ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ଏବଂ ଶିକ୍ଷlନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ.ଜିଲ୍ଲା ଶିଳ୍ପ କେନ୍ଦ୍ର ର ଜେନେରାଲ ମ୍ୟାନେଜର ଗୌର ମୋହନ ସିଂ ଙ୍କ ତତ୍ତ୍ଵlବଧାନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.ପରିଶେଷରେ ଅତିରିକ୍ତ ଜିଲ୍ଲlପାଳ ଏହି ପ୍ରଦର୍ଶନୀ ର ବହୁଳ ପ୍ରଚାର ଓ ପ୍ରସାରଣ ନିମନ୍ତେ ଗଣମାଧ୍ୟମ ର ସହଯୋଗ କାମନା କରି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ.

Leave a Reply

Your email address will not be published. Required fields are marked *