ବାରିପଦା – ତା :- 27/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ସଞ୍ଜୟ ଫାଇଟର ଟୋକସିକ ଥଣ୍ଡର କୁ 35 ରନରେ ପରାସ୍ତ କରି ଏ ବର୍ଷର ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ସଞ୍ଜୟ ଫାଇଟର 10 ଓଭରରେ 1 ଉଇକେଟ ହରାଇ 182 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅବିନାଶ ରଥ 72, ବିଜୟ ମୁଣ୍ଡା 70 ଓ ସଞ୍ଜୟ ଧୀର 24 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଜ୍ୟୋତି ପ୍ରକାଶ ରଥ ଏକ ମାତ୍ର ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟୋକସିକ ଥଣ୍ଡର 10 ଓଭରରେ 5 ଉଇକେଟ ହରାଇ 147ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ନିମାୟ ସୋରେନ ସର୍ବାଧିକ 59 ଓ ସୋନୁ ସିଂ 29 ରନ ସଂଗ୍ରହ କରିଥିଲେ I ବିଜୟ ମୁଣ୍ଡା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ ଦି ସିରିଜ ଭାବେ ସଂଜୀବ କୁମାର ମହାପାତ୍ର , ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପ୍ରିତମ କୁମାର ବେହେରା, ଶ୍ରେଷ୍ଠ ଫିଲଡର ଭାବେ ଲମ୍ବୋଦର ମହାନ୍ତ ଓ ଶ୍ରେଷ୍ଠ ଭଲ୍ୟୁଣ୍ଟର ଭାବେ ଆଲୋକ ରଞ୍ଜନ ପୁହାଣ ପୁରସ୍କୃତ ହୋଇଥିଲେ I ମନୋଜ କୁମାର ନାଏକ ଓ ଭବାତୋଷ ଶେଜପଡା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ସମର ପରିଡା ସ୍କୋରିଙ୍ଗରେ ସହାୟତା କରିଥିଲେ I ପ୍ରବୀର ତେଲେଙ୍ଗା ଧାରା ବିବରଣୀ ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅମର କୁମାର ସେଠି ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସଭାପତି କାମିନୀକାନ୍ତ ପରିଡା, ଉପ ସଭାପତି ମନୋଜ ନାଏକ ଓ ସମ୍ପାଦକ ପ୍ରକାଶ ସିଂ ଓ ଶିବ ଶଙ୍କର ଟୁଡୁ ଉପସ୍ଥିତ ଥିଲେ I ଚମ୍ପିୟାନ ଦଳକୁ 10 ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ 8 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I

Leave a Reply

Your email address will not be published. Required fields are marked *