ବାରିପଦା – ତା :- 22/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକାଦଶ ଦିନର ଏକ ମାତ୍ର ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ସଞ୍ଜୟ ଫାଇଟର ଅନ ଟପ ଇଲେଭେନକୁ 2 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ସଞ୍ଜୟ ଫାଇଟର 10 ଓଭରରେ 4 ଉଇକେଟ ହରାଇ 120 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ବିଜୟ ମୁଣ୍ଡା 42, ସଞ୍ଜୟ ଧୀର 24 ଓ ରାଜେଶ ଘଡେଇ 20 ରନ ସଂଗ୍ରହ କରିଥିଲେ I ଉତ୍ତରରେ ଅନ ଟପ ଇଲେଭେନ 10 ଓଭରରେ 9 ଉଇକେଟ ହରାଇ 118 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସାଗ୍ରାମ ହାଁସଦା 36 ଓ ସୌର ପ୍ରକାଶ ବେହେରା 22 ରନ କରିଥିବା ବେଳେ ବିପକ୍ଷ ଦଳର ମେଗାଷ୍ଟର କାମରାଜ 2 ଟି ଉଇକେଟ ନେଇ ଥିବାବେଳେ ସଞ୍ଜୟ ଧୀର ମଧ୍ୟ 2 ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ନିମାୟ ସୋରେନ ଓ ପୁରୁଷୋତ୍ତମ ମହାନ୍ତ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ବିଚିତ୍ରାନନ୍ଦ ବାରିକ ସ୍କୋରିଙ୍ଗରେ ସହାୟତା କରିଥିଲେ I ସମର ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ I