ବାରିପଦା ତା ୨୨/୦୨/୨୦୨୩ ରିଖ
ଏଆଇସିସି ଓ ପ୍ରଦେଶ କଂଗ୍ରେସ ର ନିର୍ଦ୍ଦେଶ କ୍ରମେ ଆଜି ବାରିପଦା ରୋଟାରୀ କ୍ଲବ ଠାରେ ଅପରାହ୍ନ ୪ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ – ଆଦାନୀ ମହାମେଗା ସ୍କାମ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ହେମନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷକ ଅକ୍ଷୟ ଆଚାର୍ଯ୍ୟ ଏମ୍ ଏଲ୍ଏ ଉପସ୍ଥିତ ଥିଲେ।
ଆଦାନୀ ଗ୍ରୁପ କୁ ମୋଦି ସରକାର ଅନୁକମ୍ପା ପ୍ରଦର୍ଶନ କରି ହଜାର ହଜାର କୋଟି ଟଙ୍କା ଋଣ ଦେଇ ଭାରତର ଅର୍ଥନୀତି କୁ ଦୁର୍ବଳ କରି ସାରିଲେଣି। ଏଲ୍ଆଇସି ଭଳି ସରକାରୀ ଉଦ୍ୟୋଗ ରେ ଆଦାନୀ ଙ୍କୁ ପୁଞ୍ଜି ନିବେଶ କରିବାର ସୁଯୋଗ ଦେବା ଫଳରେ ଆଜି ସେୟାର ମାର୍କେଟର ଘୋର ଅବନତି ଘଟିଛି। ଲକ୍ଷ ଲକ୍ଷ ଲୋକ ତାଙ୍କର ଝାଳ ବୁହା ଧନ ରେ ସେୟାର କିଣି ଥିବାରୁ ସେମାନେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଏହି ଅନୁକମ୍ପା କିଛି ମୁଷ୍ଟିମେୟ ପୁଞ୍ଜିପତି ଙ୍କୁ ଧନୀ କରି ଗରିବ, ଖଟିଖିଆ ଓ ମଧ୍ୟବିତ୍ତ ପରିବାରକୁ ଗରିବି ଆଡ଼କୁ ଠେଲି ଦେଇଛନ୍ତି।
ଏହି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପାର୍ଲିଆମେଣ୍ଟ ରେ ଏହି ଦୁର୍ନୀତି ବିଷୟରେ ଉପସ୍ଥାପନ କରିବାର ଅଧିକାର ଶାସକ ଦଳ ଦେଉ ନ ଥିବାରୁ ଏହା ଗଣତନ୍ତ୍ର ପ୍ରତି ବିପଦ 1 ତେଣୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ଚତୁର୍ଥ ସ୍ତମ୍ବ ଜରିଆରେ ଦେଶ ବାସୀଙ୍କୁ ଏ ସମସ୍ତ ବିଷୟରେ ଜଣାଇବା ପାଇଁ ଜାତୀୟ କଂଗ୍ରେସ ର ନିଷ୍ପତ୍ତି କ୍ରମେ ଆଜି ପ୍ରତ୍ୟେକ ଜିଲ୍ଲାର ସଦରମହକୁମା ରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଅଛି ।
ଆଜିର ଏ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ସଭ୍ୟ ବିଜନ ଦାସ , ମିଡ଼ିଆ ସେଲ ଅଧ୍ୟକ୍ଷ ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଯୁବନେତା ବିକାଶ ମହାଭୋଇ, ଲମ୍ବୋଦର ସିଂ ଆଡଭୋକେଟ, ଦେବେନ୍ଦ୍ର ସିଂ, ନାଗାର୍ଜୁନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।