ବାରିପଦା, ତା 21-02-2023 ରିଖ ଆଜି ପୂର୍ବାହ୍ନରେ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଠାରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କ କରକମଳରେ ଏକ ନୂତନ ଯକ୍ଷ୍ମା ନିରୂପଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି.ଏହି ଯକ୍ଷ୍ମା ନିରୂପଣ କେନ୍ଦ୍ରରେ ଅତ୍ୟାଧୁନିକ ପଦ୍ଧତି ରେ ଯକ୍ଷ୍ମା ରୋଗ ନିରୂପଣ ହୋଇପାରିବ. ଯାହା ଫଳରେ ଯକ୍ଷ୍ମା ଲକ୍ଷଣ ଯୁକ୍ତ ରୋଗୀମାନେ ରୋଗ ନିରୂପଣ ପାଇଁ ଖର୍ଚ୍ଚାନ୍ତ ହୋଇ ବାହାର ଜାଗାକୁ ନଯାଇ ଏଠାରେ ବିନା ମୂଲ୍ୟ ରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ରେ ଯକ୍ଷ୍ମା ରୋଗ ର ଚିକିତ୍ସା କରିପାରିବେ.ଏହି ଅବସରରେ ଜିଲ୍ଲାପାଳ ଯକ୍ଷ୍ମା ନିରୂପଣ କେନ୍ଦ୍ର ର 20 ଟି ଟ୍ରୁନାଣ୍ଟ ମେସିନ ଓ ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀ ପାଇଁ ନ୍ୟୁଟ୍ରିସନାଲ ସପୋର୍ଟ (ପୁଷ୍ଟିକର ଖାଦ୍ୟ ସହାୟତା ) ର ଶୁଭ ଉଦଘାଟନ କରିଥିଲେ.ଏହି ଯୋଜନା ରେ ଯକ୍ଷ୍ମା ରୋଗୀ ମାନଙ୍କୁ ସେମାନଙ୍କ ଚିକିତ୍ସା ସମୟ ରେ ପୁଷ୍ଟିକର ଖାଦ୍ୟ ପାଇଁ ମାସିକ 500 ଟଙ୍କାର ସହାୟତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି. ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଟିବି ରୋଗୀ ପାଇଁ ନ୍ୟୁତ୍ରିସନାଲ ସପର୍ଟ ରେ ସହଯୋଗ କରୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବାରିପଦା ଶାଖା ର ମୁଖ୍ୟ ପରିଚାଳକ ତଥା ଆଞ୍ଚଳିକ ପରିଚାଳକ ଉପସ୍ଥିତ ରହି 4 ଗୋଟି ବ୍ଲକ ଟିବି ରୋଗୀମାନଙ୍କୁ ପୁଷ୍ଟିକର ସହାୟତା ପ୍ରଦାନ କରିଥିଲେ. ଯକ୍ଷ୍ମା ରୋଗୀଙ୍କୁ ଶୀଘ୍ର ଚି଼ହ୍ନଟ କରି ଏହି ରୋଗର ନିରାକରଣ ପାଇଁ ନୂତନ ଟ୍ରୁନାଣ୍ଟ ମେସିନ 20 ଟି ନୂତନ ପି.ଏଚ ସି. କୁ ଯୋଗାଇ ଦିଆଯାଇଛି.ଏହି ପରିପ୍ରେକ୍ଷୀରେ ଜିଲ୍ଲlପାଳ ଯକ୍ଷ୍ମା ନିରୂପଣ ପାଇଁ ଏକ ନୂତନ ଗୃହ ର ଶୁଭ ଉଦଘାଟନ କରିବା ସହ ନ୍ୟୁଟ୍ରିସନାଲ ସପୋର୍ଟ ରେ ସହଯୋଗ କରିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବାରିପଦା ମୁଖ୍ୟ ଶାଖା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରୂପ ଭାନୁ ମିଶ୍ର, ଡାକ୍ତର ସମୀର ରଞ୍ଜନ ମହାପାତ୍ର, ହସ୍ପିଟାଲ ପରିଚାଳକ ସମୀର ରଞ୍ଜନ ମହାପାତ୍ର ଓ ଦୀନକୃଷ୍ଣ ବାରିକ, ଡିପି ସି, ଏନ ଟି ଇ ପି, ଅନଙ୍ଗ ଦେବ ବାରିକ, ଏସଟିଏଲ ଏସ, ଉଦଳା ଙ୍କୁ ଜିଲ୍ଲାପାଳ ମାନପତ୍ର ପ୍ରଦାନ କରିଥିଲେ. ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ରୂପଭାନୁ ମିଶ୍ର ଙ୍କ ତତ୍ତ୍ୱlବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସେଣ୍ଟ୍ରାଲ ଟିବି ଡିଭିଜନ(ଭାରତ ସରକାର )ପରାମର୍ଶଦାତା ଡା ଧର୍ମା ରାଓ, ଆଧ୍ୟକ୍ଷ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଡା ଜ୍ଞାନ ରଞ୍ଜନ ମହାନ୍ତି ଡା. ଏମ ଏନ ହାସନ ଏଡି. ପି. ଏଚ ଓ (ଟିବି )ଡା. ଥିଟ୍ଟା ମହାନ୍ତି ଏଚ ଓ ଡି, ପଲମାନାରୀ ମେଡ଼ିସିନ ଡା. ରାମ ଚନ୍ଦ୍ର ମୁର୍ମୁ ଡା. ନିର୍ମଳ ଚନ୍ଦ୍ର ଶତପଥି,ଡିପିଏମ ପ୍ରଭୁ ପ୍ରତ୍ୟାନ ପତି, ଡିପିସି, ଏନଟିଇପି, ମୟୁରଭଞ୍ଜ, ହସ୍ପିଟାଲ ମ୍ୟାନେଜର ଡା. ସମୀର ରଞ୍ଜନ ମହାପାତ୍ର ଓ ଦିନକୃଷ୍ଣ ବାରିକ ଓ ଏ. ଏନ ଏମ ଛାତ୍ରୀ ମାନଙ୍କ ସମେତ ସମସ୍ତ ଏନ ଟି ଇ ପି ର କର୍ମଚାରୀ ମାନେ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *