ଠାକୁରମୁଣ୍ଡା -ତା -20/02/2023-ହରେକୃଷ୍ଣ ତ୍ରିପାଠୀ

ପରମପିତା ପରମାତ୍ମା ଶିବଙ୍କ ସୃଷ୍ଟିର ପରିବର୍ତ୍ତନ ଉଦ୍ଦେଶ୍ୟରେ ଧରା ଅବତରଣ ଦିବସ ରୂପେ ଠାକୁରମୁଣ୍ଡା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟରେ ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀଙ୍କ ପୌରହିତ୍ୟରେ ସମ୍ମାନୀତ ଅତିଥି କବୟିତ୍ରୀ ପଦ୍ମାବତୀ ସିହ୍ନା, ସମିତି ସଭ୍ୟ ଅଜୟ କୁମାର ପଲେଇ,କୃଷି ପଣ୍ଡିତ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ କରକମଳରେ ଶିଵ ଝଣ୍ଡା ଉତ୍ତୋଳନ ମାଧ୍ୟମରେ ପାଳିତ ହୋଇଯାଇଛି।
ସାଥୀ ସହଯୋଗୀ ଭାବରେ ବ୍ରହ୍ମାକୁମାରୀ ଝୁନି ଭଉଣୀ, ବ୍ରହ୍ମାକୁମାରୀ ଵଵି, ବ୍ରହ୍ମାକୁମାରୀ ନନ୍ଦିନୀ, ବ୍ରହ୍ମାକୁମାରୀ ଦେବକୀ, ବ୍ରହ୍ମାକୁମାର ଭୀଷ୍ମ, ବ୍ରହ୍ମାକୁମାର ପଦ୍ମଲୋଚନ ନନ୍ଦ, ପଦ୍ମଲୋଚନ ପତି ଦେବେନ୍ଦ୍ର ନାୟକ ଓ ବ୍ରହ୍ମାକୁମାର ସୁଦର୍ଶନ ପ୍ରମୁଖ ସମସ୍ତ ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ତଥା ଆଧ୍ୟାତ୍ମିକଵାଦୀ ପ୍ରଭୁପ୍ରେମୀ ଈଶ୍ବରୀୟ ସନ୍ତାନ ମାନେ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ଶିବଝଣ୍ଡା ଉତ୍ତୋଳନ ପୂର୍ବରୁ ଭଗବାନ ନିରାକାର ଜ୍ୟୋତିର୍ଵିନ୍ଦୁ ସଦୃଶ ମଙ୍ଗଳମୟ ଶିଵ କେମିତି ପ୍ରତ୍ୟେକ କଳିଶେଷ ଓ ସତ୍ୟଯୁଗ ଆରମ୍ଭ ସଙ୍ଗମ ଯୁଗରେ ଧରାବତରଣ କରି ଵ୍ରହ୍ମାଙ୍କର ଶରୀର ମାଧ୍ୟମରେ ମୂଳସତ୍ୟ ଗୀତାଜ୍ଞାନ ଦେଇ ସାଧୁ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଜ୍ଞାନାମୃତ ଦେଇ ବ୍ରାହ୍ମଣ ଵନାଇ ଆଦିଦେଵୀଦେଵତା ସନାତନ ଧର୍ମ ପ୍ରତିଷ୍ଠା କରୁଛନ୍ତି ସେ ବିଷୟରେ କରଞ୍ଜିଆର ମୁଖ୍ୟ ପରିଚାଳିକା ସମସ୍ତଙ୍କୁ ଜ୍ଞାନ ବିଶ୍ଳେଷଣ କରି ବୁଝାଇଥିଲେ।
ସମସ୍ତଙ୍କୁ ପବିତ୍ରତା ର ଵ୍ରତ କରି ଶିବଙ୍କ ପାଖରେ ଶରଣାପନ୍ନ ହୋଇ ନିଜର ଦେବୀ ଚରିତ୍ର ନିର୍ମାଣ କରିବାକୁ ଆହ୍ବାନ ଦେଇଥିଲେ
ଓଁ ଶାନ୍ତି

Leave a Reply

Your email address will not be published. Required fields are marked *