ବାରିପଦା – ତା :- 19/02/2023 ରିଖ ସ୍ଥାନୀୟ ୱାର୍ଡ ନଂ 1 ର ବେଲଗଡ଼ିଆ ସ୍ଥିତ ବାବା ପଞ୍ଚାନନ ମନ୍ଦିର ପରିସରରେ ମହାଶିବରାତ୍ରି ଅବସରରେ ଶତାଧିକ ମା ଭଉଣୀ ମାନେ ଅଖଣ୍ଡ ଦୀପ ଜାଳି ନିଜ ନିଜ ପରିବାରର ସୁଖ ମନାସିଥିଲେ I 1969 ମସିହାରେ ପ୍ରତିଷ୍ଠିତ ଏହି ମନ୍ଦିରର ପରିକଳ୍ପନା କରିଥିବା 19 ଜଣଙ୍କ ଅବର୍ତ୍ତମନରେ ତାଙ୍କ ପରିବାରବର୍ଗଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଛି I ସେମାନେ ହେଲେ ସ୍ୱ କୃପାସିନ୍ଧୁ ବେହେରା, ନାରାୟଣ ପ୍ରସାଦ ସେନ, ଜୟକୃଷ୍ଣ ମହାନ୍ତି, ମହେନ୍ଦ୍ର ନାଥ ଦେ, ଦାମୋଦର ବେହେରା, ଗୌରାଙ୍ଗ ଚରଣ ସିଟ, ରାମଚନ୍ଦ୍ର ଦାସ, ଶମ୍ଭୁନାଥ ମହାନ୍ତ, ଦାମୋଦର ବେହେରା, ବଂଶୀଧର ବେହେରା, ଶ୍ୟାମ ସୁନ୍ଦର ବେହେରା, ହାଡିବନ୍ଧୁ ସେଠି, ପ୍ରଭାସ ଚନ୍ଦ୍ର ଦେ, ଚକ୍ରଧର ବେହେରା, ଅତୁଲ ଚନ୍ଦ୍ର ସେଠି, କୃଷ୍ଣଚନ୍ଦ୍ର ଦାସ, ଅତୁଲ ଚନ୍ଦ୍ର ସେଠି, ହରିଶ୍ଚନ୍ଦ୍ର ବେହେରା ଓ ଝାଡ଼େଶ୍ୱର ମହାପାତ୍ର I ୱାର୍ଡ କାଉନସିଲର ସୁକେଶିନୀ ସେଠିଙ୍କ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର କମିଟିର ସଭାପତି ଲଳିତ କୁମାର ସେନ, ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା, ଉପଦେଷ୍ଟା ସତ୍ୟ ନାରାୟଣ ଜୀ ଓ ସୁନୀଲ କୁମାର ମହାନ୍ତି ଉପସ୍ଥିତ ଥିଲେ I ମୁଖ୍ୟ ଆୟୋଜକ ଅମର କୁମାର ସେଠିଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି I ଶିକ୍ଷକ ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି ଅବସରରେ ଦାତା ପ୍ରଭଞ୍ଜନ ରାଉତ, ସଞ୍ଜୟ ଅଗ୍ରୱାଲ, ଅଜିତ ଦଳେଇ, ଶ୍ରୀରାମ ଜିୱେଲର୍ସ, ଗଣେଶ ମୁଢିମିଲ, ଶ୍ରଭନ ଗୋପ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I ଦେବେନ୍ଦ୍ରନାଥ ଦେ, ଗୋକୁଳ ଚନ୍ଦ୍ର ଦାସ, ପ୍ରଶାନ୍ତ ସେଠି, ପ୍ରକାଶ ବେହେରା, ଶିବାଶଙ୍କର ଦାସ, ସନତ ବାରିକ, ପ୍ରମୋଦ ସେଠି, ଶିରୀଶ ଭୁଜବଳ, ଅମିତ ସେଠି, ପ୍ରମୋଦ ବେହେରା, ଗୋପୀନାଥ ବେହେରା, ଅମିତ ନାୟକ, ପ୍ରଫୁଲ୍ଲ ବେହେରା, ଶେକ ଅବଦୁଲ ଯୁସୁଫ, ବଳରାମ ବେହେରା, ଜ୍ୟୋତି ପ୍ରକାଶ ବେହେରା, ଦିପୁ ମିଶ୍ର, ଅରଶିଷ ସାହୁ ତାପସ ମଲ୍ଲିକ ଓ ଜୟନ୍ତ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ I ତତ ସହିତ ବୁଢ଼ୀଖମାରୀ ସ୍ଥିତ ଜୀବନେଶ୍ୱର ମହାଦେବ ମନ୍ଦିରର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ମିଶ୍ର, ରଘୁନାଥ ମିଶ୍ର, ଅନ୍ନପୂର୍ଣ୍ଣା ସେଠି, ତିଳତ୍ତମI କର ଓ ଅଜିତ କୁମାର ମିଶ୍ରଙ୍କୁ ମଧ୍ୟ ନଗରପାଳ ଓ କାଉନସିଲର ସମର୍ଦ୍ଧିତ କରିଥିଲେ I ସମ୍ପାଦକ ତପନ କୁମାର ଷଢଙ୍ଗୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ i

Leave a Reply

Your email address will not be published. Required fields are marked *