ବାରିପଦା – ତା :- 19/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିନର ପ୍ରଥମ
ମ୍ୟାଚରେ କେ କେ ଫାଇଟର ବି ଏସ ଫାଇଟର କୁ 4 ଉଇକେଟରେ ରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ବି ଏସ ଫାଇଟର 10 ଓଭରରେ 6 ଉଇକେଟ ହରାଇ 98 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଜଗତ ଜୀବନ ସାହୁ 31 ଓ ସଂଜୀବ ମହାପାତ୍ର 28 ରନ କରିଥିବା ବେଳେ ବିପକ୍ଷ ଦଳର ପୁରୁଷତ୍ତମ ମହାନ୍ତ ଓ ପବିତ୍ର ନାଏକ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ କେ କେ ୱାରିୟାର୍ସ 9.5 ଓଭରରେ 6 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ପୁରୁଷତ୍ତମ ମହାନ୍ତ 26 ଓ ଅଶନ କବାଟ 22 ରନ କରିଥିବା ବେଳେ ବିପକ୍ଷ ଦଳର ଭବାତୋଷ ଶେଜପଡା, ସଂଜୀବ ମହାପାତ୍ର ଓ ଆୟୁଷ ଦାସ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ପୁରୁଷୋତ୍ତମ ମହାନ୍ତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦ୍ଵିତୀୟ ମ୍ୟାଚରେ ଟୋକସିକ ଥଣ୍ଡର ସଞ୍ଜୟ ଫାଇଟର କୁ 3 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ସଞ୍ଜୟ ଫାଇଟର 10 ଓଭରରେ 5 ଉଇକେଟ ହରାଇ 95 ରନ କରିଥିଲେ I ଦଳ ପକ୍ଷରୁ ପୁରୁଷୋତ୍ତମ ନାଏକ 31 ଓ ସଞ୍ଜୟ ଧୀର 23 ରନ କରିଥିବା ବେଳେ ବିପକ୍ଷ ଦଳର ବାପି ସୋରେନ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟୋକସିକ ଥଣ୍ଡର 9.2 ଓଭରରେ 7 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ନିମାୟ ସୋରେନ 23 ଓ ବାପି ସୋରେନ 19 ରନ କରିଥିବା ବେଳେ ବିପକ୍ଷ ଦଳର ସଞ୍ଜୟ ଧୀର ଓ ପର୍ଶୁରାମ ନାଏକ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ବାପି ସୋରେନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ପ୍ରକାଶ ସିଂ, ରଶ୍ମିରଂଜନ ଧୀର ଓ ମିଲନ ସିଂ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ଓ ଆଲୋକ ରଞ୍ଜନ ପୁହାଣ ସ୍କୋରିଙ୍ଗରେ ସହାୟତା କରିଥିଲେ I ସମର ପରିଡା ଧାରା ବିବରଣୀ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *