ମୟୂରଭଞ୍ଜ ଜିଲ୍ଲାର କରଞ୍ଜଆ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ବାଙ୍କ ନିକଟରେ ଆଜି ଭୋର ସମୟରେ ଏକ ମିଲକିମୁ ଖିର ଗାଡ଼ି ନଂ OD02AQ 8087 ସହିତ ପିକ୍ଅପ ଗାଡ଼ି ନଂ OD11T 8443 ମଧ୍ୟରେ ଦୁର୍ଘଟଣା ହୋଇଛି।ଏହି ଘଟଣାରେ ପିକ୍ଅପ ଗାଡ଼ିଟି ସଂପୂର୍ଣ୍ଣ ଭାବରେ ଓଲଟି ପଡ଼ିଥିବା ବେଳେ ଖିରଗାଡ଼ିର
ଆସିଂକ କ୍ଷତି ହୋଇଛି। ଦୁଇ ଗାଡ଼ିର ଡ୍ରାଇଭର ସୁରକ୍ଷିତ ଅଛନ୍ତି । ଖିର ଗାଡ଼ିରେ କ୍ଷୀର ରହିଥିବା ବେଳେ ପିକ୍ଅପରେ ପଇଡ ଲୋଡିଙ୍ଗ ହୋଇଥିଲା।ଓଡ଼ିଶା ଡ୍ରାଇଭର ମହାସଂଘର କିଛି ସଦସ୍ୟ ଆସି ଦୁର୍ଘଟଣା ସ୍ଥାନରେ ପହଞ୍ଚି, ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ କରଞ୍ଜଆ ମେଡିକାଲକୁ ପଠାଇଥିଲେ ।