ବାରିପଦା – ତା :- 18/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନର ଏକ ମାତ୍ର ମ୍ୟାଚରେ ଅନ ଟପ ଇଲେଭେନ ଟକ୍ସିକ ଥଣ୍ଡର କୁ 23 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଅନ ଟପ ଇଲେଭେନ 10 ଓଭରରେ 4 ଉଇକେଟ ହରାଇ 126 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ମିଲନ କୁମାର ସିଂ 50 ଓ ସତ୍ୟଜିତ ଘୋଷ 34 ରନ କରିଥିବା ବେଳେ ବିପକ୍ଷ ଦଳର ନିମାୟ ସୋରେନ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟକ୍ସିକ ଥଣ୍ଡର 10 ଓଭରରେ 6 ଉଇକେଟ ହରାଇ 103 ରନ କରିପାରିଥିଲେ I ଦଳ ପକ୍ଷରୁ ବାପି ସୋରେନ ସର୍ବାଧିକ 30 ରନ କରିଥିବା ବେଳେ ବିପକ୍ଷ ଦଳର ମିଲନ କୁମାର ସିଂ 2 ଟି ଉଇକେଟ ଅକ୍ତିଆର କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ସଞ୍ଜୟ ଧୀର ଓ ଭବତୋଷ ଶେଜପଡା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ଶିବ ଶଙ୍କର ଟୁଡୁ ଓ କୁଞ୍ଜବନ ବାରିକ ଧାରା ବିବରଣୀ ପ୍ରଦାନ କରିଥିଲେ I