ବାରିପଦା – ତା :- 15/02/2023 ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବି ଜେ ଏମ ସି ସି ଷ୍ଟେସନ ଏଥଲେଟିକ ଆସୋସିଏସନକୁ 5 ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଷ୍ଟେସନ ଏଥଲେଟିକ ଆସୋସିଏସନ 15 ଓଭରରେ 8 ଉଇକେଟ ହରାଇ 126 ରନ କରିଥିଲେ I ଦଳ ପକ୍ଷରୁ ଦିବ୍ୟେଶ ମହାନ୍ତି 28 ଓ ପ୍ରୀତିଦେବ ଜେନା 26 ରନ କରିଥିବା ବେଳେ ବିପକ୍ଷ ଦଳର ସ୍ୱରାଜ ମହାନ୍ତି ଓ ସୁମିତ ମିଶ୍ର 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଜେ ଏମ ସି ସି 13.2 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଲକ୍ଷ୍ମୀଧର ସିଂ 48 ଓ ଦିବ୍ୟଲୋଚନ ଦାଶ 42 ରନ ସଂଗ୍ରହ କରିଥିଲେ I ଉତ୍ତମ ମହାକୁଡ଼ ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ମଳୟ ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I ଫାଇନାଲର ମ୍ୟାନ ଅଫ ଦି ମ୍ୟାଚ ଦିବ୍ୟାଲୋଚନ ଦାଶ, ଶ୍ରେଷ୍ଠ ବେଟ୍ସମ୍ୟାନ ତଥା ଉଇକେଟକିପର ଦିବ୍ୟଲୋଚନ ଦାଶ, ଶ୍ରେଷ୍ଠ ବୋଲର ସ୍ୱରାଜ କୁମାର ମହାନ୍ତି, ଶ୍ରେଷ୍ଠ ଫିଲଡର ସଞ୍ଜୟ ସାମଲ, ହ୍ୟାଟ୍ରିକ ଉଇକେଟ ଟେକର ହଂସରାଜ ସାହୁ, ଗୋଟିଏ ଇନିଂସରେ 5 ଟି ଉଇକେଟ ଅକ୍ତିଆର କରିଥିବା ପ୍ରିୟାଂଶୁ ଖୁଣ୍ଟିଆଙ୍କୁ ଅତିଥିଙ୍କ ହାତରେ ପୁରସ୍କୃତ କରାଯିବା ସହ ଚମ୍ପିୟାନ ଦଳକୁ 11 ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ 7 ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ଗିରିଶ ଚନ୍ଦ୍ର ଦାସ , ପୂର୍ବତନ କାଉନସିଲର ଦେବାଶିଷ ଦାସ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଖେଳାଳି ପୱନ କୁମାର ଅଗ୍ରୱାଲ, ସାଙ୍ଗଠନିକ ସମ୍ପାଦକ ତପନ ବାରିକ, ଉପଦେଷ୍ଟା ସୋମନାଥ ସିଂହ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ନୁରୁଲ ଇସଲାମ ପୁରସ୍କାର ବିତରଣୀ ଉତ୍ସବ ପରିଚାଳନା କରିଥିବା ବେଳେ ସମ୍ପାଦକ ଲୋହିତ ଦାସ ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I

Leave a Reply

Your email address will not be published. Required fields are marked *