ବାରିପଦା ବ୍ଲକ ଶଙ୍ଖାଭଙ୍ଗା ଗ୍ରାମବାସୀଙ୍କ ଦ୍ୱାରା ଦାବିପତ୍ର ପ୍ରଦାନ : ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ
ତା:୧୪ /0୨ /୨୩ ରିଖ, ବାରିପଦା, ଆଜି ବାରିପଦା ବ୍ଲକ ଶଙ୍ଖାଭଙ୍ଗା ଗ୍ରାମର ଶତାଧିକ ଗ୍ରାମବାସୀ ଜଙ୍ଗଲ ଜମିରସ୍ଥାୟୀ ପଟ୍ଟାପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସେମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ଅଂଚଳ ରେ ପ୍ରାୟ ୧00 ବର୍ଷରୁ ଉର୍ଦ୍ଧ ହେବ ପୂର୍ବପୁରୁଷ ଠୁ ଆଜିପଯ୍ୟନ୍ତ ପିଲାଛୁଆ ଧରି ଘରଦ୍ୱାର କରି ରହିଆସୁଛନ୍ତି ଏବଂ ସେଠାରେ ଚାଷବାସ , ପଶୁପାଳନ,ଇତ୍ୟାଦି କରିଆସୁଛନ୍ତି l କିନ୍ତୁ ପରିତାପର ବିଷୟ ଏହିକିଯେ ଆଜିପଯ୍ୟନ୍ତ ସେମାନେ ଜଙ୍ଗଲ ଜମିରେ ପଟ୍ଟା ପାଇପାରିଲେ ନାହିଁ, ଯାହାଫଳରେ ସେମାନେ ଇଲେକଟ୍ରିଫିକେସନ, ଇରିଗେଶନ, ପିଲାଛୁଆଙ୍କୁ ଉଚ୍ଚ ଶିକ୍ଷା ପାଇଁ ବ୍ୟାଙ୍କ ଲୋନ ଇତ୍ୟାଦି ସୁବିଧା ସୁଯୋଗ ରୁ ବଂଚିତ ରହୁଛନ୍ତି l ଏହାକୁ ଆଖିଆଗରେ ରଖି ସେମାନେ ବାରମ୍ବାର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛିବି ସୁଫଳ ପାଇପାରିନାହାନ୍ତି l ଏଣୁ ଉକ୍ତ ଦାବିକୁ ନେଇ ପୁଣିଥରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ମାଧ୍ୟମରେ ଦାବି କରିଛନ୍ତି l ଯଦି ଆଗାମୀ ଦିନରେ ଏହାକୁ ଗୁରୁତର ସହିତ ଜିଲ୍ଲା ପ୍ରଶାସନ ନ ନିୟନ୍ତି ତେବେ ଆଗକୁ ଏହି ସମସ୍ୟାର ସମାଧାନ ପାଇଁ ରାଜରାସ୍ତାକୁ ଓଲ୍ହେଇବେ ବୋଲି ଉକ୍ତ ଗ୍ରାମର ଯୁବ ନେତା ବାଦଲ ହେମ୍ବ୍ରମ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *