ବାରିପଦା – ତା :- 14/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ଏକ ମାତ୍ର ମ୍ୟାଚରେ ବି ଏସ ଫାଇଟର ଟୋକସିକ ଥIଣ୍ଡାରକୁ 5 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟୋକସିକ ଥIଣ୍ଡାର 10 ଓଭରରେ 9 ଉଇକେଟ ହରାଇ 100 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ବାପି ସୋରେନ ସର୍ବାଧିକ 41ରନ କରିଥିବା ବେଳେ ଭୁବନ ସିଂ ଓ ସଂଜୀବ ମହାପାତ୍ର 4 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଏସ ଫାଇଟର 8.3 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଭବତୋଷ ଶେଜପଡା 37 ଓ ଅଭିନାଶ ସିଂ 28 ରନ କରିଥିବା ବେଳେ ବିପକ୍ଷ ଦଳର ବାପି ସୋରେନ 2 ଟି ଉଇକେଟ ଅକ୍ତିଆର କରିଥିଲେ I ସଂଜୀବ ମହାପାତ୍ର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଶ୍ରୀକାନ୍ତ କୁମାର ଓ ରଶ୍ମିରଞ୍ଜନ ଧୀର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I