ବାରିପଦା – ତା :- 13/02/2023 ରିଖ ସ୍ଥାନୀୟ ମୁର୍ଗାବାଡିଠାରେ ଷଷ୍ଠ ବାର୍ଷିକ ଯମ ପଡିଆ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନର ଏକ ମାତ୍ର ମ୍ୟାଚରେ ଟୋକସିକ ଥIଣ୍ଡାର ଯୋମୋ ସୁପର କିଙ୍ଗକୁ 21 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟୋକସିକ ଥIଣ୍ଡାର 10 ଓଭରରେ 9 ଉଇକେଟ ହରାଇ 103 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା 40 ଓ ଦେବରାଜ ମହାନ୍ତ 21 ରନ କରିଥିବା ବେଳେ ଶ୍ରୀକାନ୍ତ କୁମାର 4 ଓ ଗୌରବ ସିଂ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଯୋମୋ ସୁପର କିଙ୍ଗ 10 ଓଭରରେ 8 ଉଇକେଟ ହରାଇ 82 ରନ କରିପାରିଥିଲେ I ଦଳ ପକ୍ଷରୁ ପ୍ରକାଶ ସିଂ ସର୍ବାଧିକ 25 ରନ କରିଥିବା ବେଳେ ବିପକ୍ଷ ଦଳର ଶିବ ସିଂ 4 ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ସୋନୁ ସିଂ ମଧ୍ୟ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଭବତୋଷ ଶେଜପଡା ଓ ରଶ୍ମିରଞ୍ଜନ ଧୀର ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *