ବାରିପଦା – ତା :- 09/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚରେ ବି ଜେ ଏମ ସି ସି ଦଳ ସିକ୍ରେଟ ଇଲେଭେନକୁ 55 ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି I ପ୍ରଥମେ ବ୍ୟାଟିଂ କରି ବି ଜେ ଏମ ସି ସି 15 ଓଭରରେ 5 ଉଇକେଟ ହରାଇ 176 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଦୀପକ ମୁଣ୍ଡା 49, ଦିବ୍ୟ ଲୋଚନ ଦାସ 32, ଓ ଲକ୍ଷ୍ମୀଧର ସିଂ 28 ରନ କରିଥିଲେ I ଉତ୍ତରରେ ସିକ୍ରେଟ ଇଲେଭେନ 15 ଓଭରରେ 4 ଉଇକେଟ ହରାଇ 121 ରନ କରିପାରିଥିଲେ I ଦଳ ପକ୍ଷରୁ ଦୀନକୃଷ୍ଣ ନାୟକ ସର୍ବାଧିକ 52 ରନ କରିଥିବା ହୋଇଥିବା ବେଳେ ବିପକ୍ଷ ଦଳର ସାମନ୍ତ ଶେଖର ପାଲ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଦୀପକ ମୁଣ୍ଡା ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ମନମୋହନ ମୁର୍ମୁ ଓ ଉତ୍ତମ ମହାକୁଡ଼ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I