ବାରିପଦା :ତା 06-02-2023 ରିଖ. ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଫେସିଲିଟେସନ ସେଣ୍ଟର ରେ ଜିଲ୍ଲlପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଋଷିକେଶ ଦ୍ୟାନଦେଓ ଖିଲାରୀ ଙ୍କ ତତ୍ତ୍ୱlବଧାନ ଏକ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି. ପ୍ରାରମ୍ଭ ରେ ଜିଲ୍ଲlପାଳ ଶିବିର କୁ ଆସୁଥିବା ଜନସାଧାରଣ ଙ୍କ ଆପତ୍ତି ଅଭିଯୋଗ ଗୁଡିକର ସମାଧାନ ତ୍ୱରିତ ପ୍ରକ୍ରିୟା ରେ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ. ଆଜିର ଏହି ଶିବିର ରେ ଜନସାଧାରଣ ଙ୍କ ଠାରୁ ମୋଟ 169 ଟି ଅଭିଯୋଗ ପତ୍ର ଗ୍ରହଣ ହୋଇଥିବା ବେଳେ 152 ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଏବଂ 17 ଟି ଗ୍ରାମବାସୀ ଙ୍କ ବିଭିନ୍ନ ସମସ୍ୟା ଭିତ୍ତିକ ସାମୁହିକ ଅଭିଯୋଗ ଥିଲା. ଗ୍ରହଣ ହୋଇଥିବା ଆପତ୍ତି ଅଭିଯୋଗ ମଧ୍ୟରୁ 13 ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିଲା ଏବଂ ସହାୟତା ରାଶି ପ୍ରଦାନ ପାଇଁ ଆସିଥିବା ଅଭିଯୋଗ ର ଗୁରୁତ୍ୱ ଓ ପରିସ୍ଥିତି କୁ ବିଚାର କରି 2 ଜଣଙ୍କୁ ପ୍ରତ୍ୟେକ 10,000/- ଟଙ୍କା ଲେଖାଏଁ ଓ ଅନ୍ୟ 4 ଜଣ ଙ୍କୁ ପ୍ରତ୍ୟେକ 5000/-ଟଙ୍କା ଲେଖାଏଁ ଏପରି ମୋଟ 6 ଜଣଙ୍କୁ 40,000/-ହଜାର ଟଙ୍କା ସହାୟତା ରାଶି ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଜିଲ୍ଲାପାଳ ମଂଜୁର କରିଛନ୍ତି. ଅନ୍ୟାନ୍ୟ ଆପତ୍ତି ଅଭିଯୋଗ ଗୁଡିକର ବିଷୟ ପ୍ରସଙ୍ଗ ଉପରେ ସବିଶେଷ ତଦନ୍ତ କରି ଅନୁଧ୍ୟାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହ ତ୍ୱରିତ ପ୍ରକ୍ରିୟା ରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ. ଅନୁଷ୍ଠିତ ଉକ୍ତ ଶିବିର ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରୂପ ଭାନୁ ମିଶ୍ର ଓ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୌଲତ ଚନ୍ଦ୍ରକାର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅଧିନସ୍ଥ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ. ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତଥା ପି. ଜି. ସେଲ ର ନୋଡାଲ ଅଧିକାରୀ ଶ୍ରୀ ସୁଜୟ କୁମାର ପତି ଙ୍କ ତତ୍ତ୍ୱlବଧାନ ରେ ଶିବିର କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା.

Leave a Reply

Your email address will not be published. Required fields are marked *