ବାରିପଦା – ତା :- 06/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ନବମ ଦିନର ଏକ ମାତ୍ର ମ୍ୟାଚରେ ବି ଜେ ଏମ ସି ସି ଦଳ ଏମ ସି ଏ କୁ 5 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏମ ସି ଏ 15 ଓଭରରେ 7 ଉଇକେଟ ହରାଇ 113 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ନୀଳମାଧଵ ନାୟକ 27 ଓ ଭବାନୀ ଶଙ୍କର ମହାଳିକ 22 ରନ କରିଥିବା ବେଳେ ବିପକ୍ଷ ଦଳର ଲକ୍ଷ୍ମୀଧର ସିଂ, ଦୀପକ କୁମାର ମୁଣ୍ଡା ଓ ପରମେଶ୍ୱର ବେହେରା 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବି ଜେ ଏମ ସି ସି 11.4 ଓଭରରେ 5 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଲକ୍ଷ୍ମୀଧର ସିଂ ସର୍ବାଧିକ 38 ରନ କରି ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ବାସ୍ତବ କୁମାର 30 ରନ କରିଥିଲେ I ବିପକ୍ଷ ଦଳର ଇନ୍ଦ୍ରଜିତ ବେଶ୍ରା 2 ଟି ଉଇକେଟ ଅକ୍ତିଆର କରିଥିଲେ I ଦେବାଶିଷ ଗୁପ୍ତା ଓ ଉତ୍ତମ ମହାକୁଡ଼ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I