ବାରିପଦା – ତା :- 05/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିନର ପ୍ରଥମ ମ୍ୟାଚରେ ଷ୍ଟେସନ ଏଥଲେଟିକ ଏସୋସିଏସନ ମୁର୍ଗାବାଡି କ୍ରିକେଟ କ୍ଲବକୁ 6 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ମୁର୍ଗାବାଡି 14.3 ଓଭରରେ ସମସ୍ତ ଉଇକେଟ ହରାଇ 96 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ କାର୍ତ୍ତିକ ସିଂ 31 ଓ ବିଦ୍ୟାଧର ପାତ୍ର 18 ରନ କରିଥିବା ବେଳେ ବିପକ୍ଷ ଦଳର ସୁରଜ କୁମାର ମହାରଣା 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏସ ଏ ଏ 11.2 ଓଭରରେ 4 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୁଭାଶିଷ ଦେ ସର୍ବାଧିକ 52 ରନ କରି ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଅବିନାଶ ସିଂ 22 ରନ କରିଥିଲେ I ବିପକ୍ଷ ଦଳର ମେଗାଷ୍ଟର କାମରାଜ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଦ୍ଵିତୀୟ ମ୍ୟାଚରେ ସିକ୍ରେଟ ଇଲେଭେନ ଖୁଣ୍ଟା ଇଲେଭେନକୁ 3 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଙ୍ଗ କରି ଖୁଣ୍ଟା ଇଲେଭେନ 12 ଓଭରରେ 5 ଉଇକେଟ ହରାଇ 99 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚିକୁନ ମହାନ୍ତି 31 ରନ କରିଥିବା ବେଳେ ପଙ୍କଜ ସାହୁ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ସିକ୍ରେଟ ଇଲେଭେନ 11.2 ଓଭରରେ 7 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଶୁଭମ ଦାସ 28 ଓ ଧୀରେନ୍ଦ୍ର ନାୟକ 19 ରନ କରିଥିବା ବେଳେ ବିପକ୍ଷ ଦଳର ଭବାନୀ ଶଙ୍କର 3 ଓ ଜୟରାମ ଟୁଡୁ 2 ଟି ଉଇକେଟ ଅକ୍ତିଆର କରିଥିଲେ I ପଙ୍କଜ ସାହୁ ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଦେବାଶିଷ ଗୁପ୍ତା, ଅଶୋକ କୁମାର ପାଲ, ମନମୋହନ ମୁର୍ମୁ ଓ ଉତ୍ତମ ମହାକୁଡ଼ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *