ବାରିପଦା – ତା :- 04/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ସପ୍ତମ ଦିନର ପ୍ରଥମ ମ୍ୟାଚରେ ଏମ ସି ଏ ଦଳ ଏମ ସି ଏ – ବି କୁ 7 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏମ ସି ଏ – ବି 14.5 ଓଭରରେ ସମସ୍ତ ଉଇକେଟ ହରାଇ 111 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ କପିଳା ଓ ଅଭିଷେକ ବାରିକ 40 ରନ ଲେଖାଏଁ କରିଥିବା ବେଳେ ବିପକ୍ଷ ଦଳର ପ୍ରିୟାଂଶୁ ଖୁଣ୍ଟିଆ ସର୍ବାଧିକ 5 ଟି ଉଇକେଟ ଅକ୍ତିଆର କରି ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ କାହ୍ନI ଦାସ 3 ଓ ଫାଇମ କାଦରୀ 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏମ ସି ଏ 11 ଓଭରରେ 3 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ମନୁ ରାମ 46 ଓ ରୋହିତ ଖଣ୍ଡେଲୱାଲ 30 ରନ କରିଥିବା ବେଳେ ବିପକ୍ଷ ଦଳର ରାଜେଶ ଧୀର 2 ଟି ଉଇକେଟ ଅକ୍ତିଆର କରିଥିଲେ I ଦ୍ଵିତୀୟ ମ୍ୟାଚରେ ଖୁଣ୍ଟା ଇଲେଭେନ ହିତୁ ଇଲେଭେନକୁ 6 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଙ୍ଗ କରି ହିତୁ ଇଲେଭେନ 12 ଓଭରରେ 4 ଉଇକେଟ ହରାଇ 106 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ମୋହିତ ସାଗର ପ୍ରହରାଜ 39, ଦିଗବିଜୟ ସିଂ 30 ଓ ସୌରଜିତ ସାହୁ 20 ରନ କରିଥିବା ବେଳେ ଶିଶିର କୁମାର ବେହେରା ଓ ରତିକାନ୍ତ ନାୟକ 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଖୁଣ୍ଟା ଦଳ 12 ଓଭରରେ 4 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦେବାଶିଷ ଆଚାର୍ଯ୍ୟ ସର୍ବାଧିକ 60 ରନ କରି ନିଜ ଦଳକୁ ଜିତାଇବା ସହ ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଦେବାଶିଷ ଗୁପ୍ତା, ସୁଶାନ୍ତ ମହାନ୍ତି ଓ ମନମୋହନ ମୁର୍ମୁ ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଂରେ ସହାୟତା କରିଥିଲେ I ମଳୟ ସେନାପତି ଧାରବିବାରଣୀ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *