ବାରିପଦା – ତା :- 02/02/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନର ଏକ ମାତ୍ର ମ୍ୟାଚରେ ଷ୍ଟେସନ ଏଥଲେଟିକ ଆସୋସିଏସନ କ୍ଲବ ମୟୁରଭଞ୍ଜ କ୍ରିକେଟ ଏକାଡେମୀ କୁ 43 ରନରେ ରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଏସ ଏସ ଏ କ୍ଲବ 15 ଓଭରରେ 4 ଉଇକେଟ ହରାଇ 159 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶ୍ୱେତ ଦାସ 51, ସୁଭାଶିଷ ଦେ 48 ଓ ଦିବେଶ ମହାନ୍ତି 34 ରନ କରିଥିବା ବେଳେ ବିପକ୍ଷ ଦଳର ଇନ୍ଦ୍ରଜିତ ବେଶ୍ରା 2 ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏମ ସି ଏ 15 ଓଭରରେ 5 ଉଇକେଟ ହରାଇ 116 ରନ କରିଥିଲେ I ଦଳ ପକ୍ଷରୁ ରୋହିତ ଖଣ୍ଡେଲୱାଲ 43, ଲୋକନାଥ ପୃଷ୍ଟି 29 ଓ ସଞ୍ଜୟ ସାମଲ 27 ରନ କରିଥିବା ବେଳେ ବିପକ୍ଷ ଦଳର ରାଜେଶ ବେହେରା 2 ଟି ଉଇକେଟ ଅକ୍ତିଆର କରିଥିଲେ I ସୁଭାଶିଷ ଦେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ସୁଶାନ୍ତ ମହାନ୍ତି ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ରାକେଶ କୁମାର ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I