ବାରିପଦା – ତା :- 31/01/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ପ୍ରଥମ ମ୍ୟାଚରେ ମୁର୍ଗାବାଡି କ୍ରିକେଟ କ୍ଲବ ମୟୁରଭଞ୍ଜ କ୍ରିକେଟ ଏକାଡେମୀକୁ 37 ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ମୁର୍ଗାବାଡି କ୍ଲବ 15 ଓଭରରେ 7 ଉଇକେଟ ହରାଇ 140 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅମିତ ସିଂ 36 ଓ ପୁଙ୍ଗା ଖେରୱାଲ ସୋରେନ 32 ରନ କରିଥିବା ବେଳେ ବିପକ୍ଷ ଦଳର ଇନ୍ଦ୍ରଜିତ ବେଶ୍ରା, ଲୋକନାଥ ପୃଷ୍ଟି ଓ ପ୍ରିୟାଂଶୁ ଖଟୁଆ 3ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମୁର୍ଗାବାଡି 15 ଓଭରରେ 5 ଉଇକେଟ ହରାଇ 103 ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ କାହ୍ନI ଦାସ ସର୍ବାଧିକ 36 ରନ କରିଥିଲେ I ଶୁଭମ ମହାନ୍ତି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି I ଦ୍ଵିତୀୟ ମ୍ୟାଚରେ ସିକ୍ରେଟ ଇଲେଭେନ ହିତୁ ଇଲେଭେନକୁ 6 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ହିତୁ ଇଲେଭେନ 15 ଓଭରରେ 7 ଉଇକେଟ ହରାଇ 118 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅବିନାଶ ପ୍ରଧାନ 29 ଓ ଓମ ପ୍ରକାଶ ମହାନ୍ତ 30 ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସୋମନାଥ ଚକ୍ରବର୍ତ୍ତୀ ଓ ପଙ୍କଜ ସାହୁ 3 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ସିକ୍ରେଟ ଇଲେଭେନ 12.2 ଓଭରରେ 4 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ପ୍ରିତମ ବେହେରା 42, ଲୋହିତ ଦାଶ 33 ଓ ଦେବ ରଞ୍ଜନ ସିଂ 21ରନ କରିଥିବା ବେଳେ ବିପକ୍ଷ ଦଳର ସୌରଜିତ ସାହୁ 2 ଟି ଉଇକେଟ ଅକ୍ତିଆର କରିଥିଲେ I ସୋମନାଥ ଚକ୍ରବର୍ତ୍ତୀ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ, ଅମିତାଭ ପଟ୍ଟନାୟକ, ମନମୋହନ ମୁର୍ମୁ ଓ ଦେବାଶିଷ ଗୁପ୍ତା ଖେଳ ପରିଚାଳନା କରିଥିବା ବେଳେ ରାକେଶ ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ମଳୟ କୁମାର ସେନାପତି ଧାରା ବିବରଣୀ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *