ବାରିପଦା – ତା :- 29/01/2023 ରିଖ ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ମୟୁରଭଞ୍ଜ କପ ଟି – 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ଆଜିର ଖେଳକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ, ସମ୍ପାଦକ ଲୋହିତ ଦାସ, ସଂଗଠକ ସମ୍ପାଦକ ତପନ କୁମାର ବାରିକ, ବରିଷ୍ଠ ଖେଳାଳି ସୁଦିପ ଦାସ, ଶେଖ ଲାଇକୁଦ୍ଦିନ ଓ ସହ ସମ୍ପାଦକ ତାପସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ I ଆଜିର ଏକ ମାତ୍ର ମ୍ୟାଚରେ ଏମ ସି ଏ – ବି ମୁର୍ଗାବାଡି କ୍ରିକେଟ କ୍ଲବକୁ 4 ଉଇକେଟରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ମୁର୍ଗାବାଡି ଦଳ 11.5 ଓଭରରେ ସମସ୍ତ ଉଇକେଟ ହରାଇ 78 ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଧନଞ୍ଜୟ ବାରିକ ସର୍ବାଧିକ 14 ରନ କରିଥିବାବେଳେ ବିପକ୍ଷ ଦଳର ରୁଦ୍ର ମାଧବ ନାୟକ 3 ଟି ଏବଂ ସାହିଲ ଅଗ୍ରୱାଲ, ଜ୍ୟୋତି ପ୍ରକାଶ ଓ ସୌର ପ୍ରକାଶ ବେହେରା 2 ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଏମ ସି ଏ – ବି 12.4 ଓଭରରେ 6 ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୌର ପ୍ରକାଶ ବେହେରା 26 ଓ ଦିଲ୍ଲୀପ ସାହୁ 21 ରନ କରିଥିବା ବେଳେ ବିପକ୍ଷ ଦଳର କାର୍ତ୍ତିକ ସିଂ 3 ଟି ଉଇକେଟ ଅକ୍ତିଆର କରିଥିଲେ I ସୌର ପ୍ରକାଶ ବେହେରା ମ୍ୟାନ ଅଫ ଦି ମ୍ୟାଚ ହୋଇ ପୁରସ୍କୃତ ହୋଇଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ରାକେଶ ବେହେରା ସ୍କୋରିଙ୍ଗରେ ସହାୟତା କରିଥିଲେ I ବିଶ୍ୱଜିତ ମହାନ୍ତ, ସୋମନାଥ ସିଂହ ଓ ଗୌତମ ଦାସ ଧାରା ବିବରଣୀ ଦେଇଥିଲେ I ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 10 ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଆସନ୍ତା ମାସ 12 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ I

Leave a Reply

Your email address will not be published. Required fields are marked *