ବାରିପଦା : ତା -25/12/2025-ମୟୂରଭଞ୍ଜ ଜିଲ୍ଲାର “ଶ୍ରୀରାମ ନବମୀ ମହୋତ୍ସବ ସମିତି” ପକ୍ଷରୁ ପବିତ୍ର “ତୁଳସୀ ପୂଜନ ଦିବସ” ପାଳିତ ହୋଇଯାଇଛି। ଏହି ଅବସରରେ ଦ୍ଦିତ୍ତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ତୁଳସୀ ଚଉରା ନିକଟରେ ଏକ ସ୍ୱତନ୍ତ୍ର ଭବ୍ୟ “ତୁଳସୀ ପୂଜନ ଉତ୍ସବ” ଆୟୋଜିତ ହୋଇଯାଇଛି।
ମନ୍ଦିର ପରିସରରେ ସକାଳୁ ସକାଳୁ ମହୋତ୍ସବ ସମିତିର ମହିଳା କର୍ମକର୍ତ୍ତାମାନେ ପହଞ୍ଚି ତୁଳସୀ ମାତାଙ୍କୁ ସ୍ନାନ, ନବ ବସ୍ତ୍ର ପରିଧାନ ପୂର୍ବକ ତାଙ୍କ ଚାରି ପାଖକୁ ଚନ୍ଦନ, ରଙ୍ଗୋଲି, ବିବିଧ ପୁଷ୍ପ ଇତ୍ୟାଦିରେ ସଜାଇଦେଇଥିଲେ। ତତ୍ପରେ ତୁଳସୀଙ୍କ ପାଇଁ ସଂକୀର୍ତ୍ତନ, ପୂଜାର୍ଚ୍ଚନା, ଆରତୀ ଓ ପରିକ୍ରମା ପ୍ରଭୃତି ଧାର୍ମିକ ବିଧିବିଧାନ କରାଯାଇଥିଲା।
ଏହାପରେ ମହୋତ୍ସବ ସମିତି ସଂଯୋଜକ କବିବିଷ୍ଣୁ ଶତପଥୀଙ୍କ ପୌରୋହିତ୍ୟରେ ସେଠାରେ “ତୁଳସୀ ମାତାଙ୍କ ମହତ୍ବ ଓ ମହନୀୟତା” ଶୀର୍ଷକ ଏକ ଗୁରୁଗମ୍ଭୀର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇଥିବା ବେଳେ ଶିକ୍ଷାବିତ ସରୋଜ ଖୁଣ୍ଟିଆ, ଅଶ୍ୱିନୀ ପାତ୍ର, ଅରବିନ୍ଦ ଜ୍ୟୋତିଶୀ, ସୁମନ ସିଂ, ଶୋଭାବତୀ ଓତା, ହିରଣ୍ମୟୀ ଶତପଥୀ, ଦିବାକର ତ୍ରିପାଠୀ, ତୁଷାର ମହାନ୍ତ, ପ୍ରଶାନ୍ତ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରେମଚାନ୍ଦ ମୁଦି, ବିଶ୍ୱଜିତ ରଣା, ଜ୍ଞାନରଞ୍ଜନ ଜେନା, ସଞ୍ଜୟ ରାମ, ଅମିତ ନାୟକ, ନଳିନୀ ମହାପାତ୍ର, ରଞ୍ଜନ ନାଏକ, ନରୋତ୍ତମ ପାଣିଗ୍ରାହୀ, ଅବିନାଶ ମୁଖୀ, ତରୁଣ ପାଲବାବୁ, ଶମ୍ଭୁନାଥ ସାହୁ, କୃଷ୍ଣା ରାମ, ଶୁଭମ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।ପ୍ରାରମ୍ଭରେ ମଞ୍ଜୁ ଖଣ୍ଡେଲୱାଲ, ଶିଖା ରାମ, ତପସ୍ୱିନୀ କବି, ଦୀପାଳି ନାଏକ, ସ୍ୱୀକୃତି ଶତପଥୀ ପ୍ରମୁଖଙ୍କ ନେତୃତ୍ୱରେ ବହୁସଂଖ୍ୟକ ମହିଳା, କଲେଜ ଛାତ୍ରୀ ଉତ୍ସବ ସ୍ଥଳରେ ଆସି ସାଜସଜ୍ଜା କରିଥିଲେ। କାର୍ଯ୍ୟକ୍ରମରେ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ସମେତ ବିବିଧ ଧାର୍ମିକ ସଂଗଠନର ସଦସ୍ୟ ଭାଗ ନେଇଥିବା ମଧ୍ୟ ଦେଖାଯାଇଥିଲା।ବ

Leave a Reply

Your email address will not be published. Required fields are marked *