ବାରିପଦା, ୨୩/12/୨୦୨୫ –
ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁଶାସନ ସପ୍ତାହ ପାଳନ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ସପ୍ତାହବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ସୁଶାସନ ଓ ଉନ୍ନୟନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର । ଡିସେମ୍ବର ୧୯ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଅର୍ପିତ ହୋଇଛି । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ଦୁଃଖବନ୍ଧୁ ନାୟକ ଅଧ୍ୟକ୍ଷତା କରି ସୁଶାସନ ଓ ଉନ୍ନୟନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ବିଷୟରେ ଆଲୋଚନା କରିଛନ୍ତି । ଏହା ସହିତ ସରକାରୀ କାର୍ଯ୍ୟ ପ୍ରକିୟାରେ ସ୍ଵଚ୍ଛତା ଓ ନିଷ୍ଠାପର ସହ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଛନ୍ତି । ସେହିପରି ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଓ ବିଭିନ୍ନ ଅଭିଯୋଗର ନିରାକରଣ କରିବାକୁ ସୁବ୍ୟବସ୍ଥା କରି ସେବା ପ୍ରଦାନ କରିବା ଓ ‘ପ୍ରଶାସନ ଗାଁ କି ଔର’ ଦୃଷ୍ଟିକୋଣକୁ ପୂରଣ କରିପାରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବାରିପଦା ଉପଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡ଼ା, କପ୍ତିପଦା ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ନରେନ୍ଦ୍ର ଖମାରୀ, ସହକାରୀ ଜିଲ୍ଲାପାଳ ମାନସୀ ତରାଇ ସମେତ ସ୍ଥାନୀୟ ପ୍ରଶାସନ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।ବାରିପଦା।
