ବାରିପଦା ତା ୨୧-୧୨-୨୦୨୫
ଆଜି ବାରିପଦା ସ୍ଥିତ ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଆୟୋଜିତ ” ସାଂସଦ ଖେଳ ମହୋତ୍ସବ ” ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖେଳ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରକାଶ ଥାଉକି ଉକ୍ତ ଖେଳ ପ୍ରତିଯୋଗିତା ରେ ଜିଲ୍ଲାରୁ ୩୨ଟି ପୁରୁଷ ଫୁଟବଲ ଦଳ ଯୋଗ ଦେଇଥିବାବେଳେ ୧୨ଟି ବାଳିକା କବାଡି ଦଳ ଯୋଗ ଦେଇଛନ୍ତି ଏବଂ ପାଖାପାଖି ୯୦୦ ଖେଳାଳୀ ଏଥିରେ ଅଂଶଗ୍ରହଣ କରୁଛନ୍ତି।
