ବାରିପଦା, (୧୨/୧୨): ବୈଷୟିକ ଜ୍ଞାନ କୌଶଳରେ ନିପୁଣ ହେବେ ଆଦିବାସୀ ଛାତ୍ରଛାତ୍ରୀ । ସରକାରୀ କ୍ଷେତ୍ର ସହିତ ଦେଶ ବିଦେଶର ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇବେ । ଏଥିପାଇଁ ଜିଲ୍ଲାର ମେଧାବୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସଂଙ୍କଟ ରୋକି ପାରିବ ନାହିଁ । ସେମାନଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ଆକାଂକ୍ଷା” ଯୋଜନା ପ୍ରସ୍ତୁତ କରାଯାଇଛି ।
ଜିଲ୍ଲାର ମେଧାବୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷାରେ ପାରଙ୍ଗମ କରିବା ପାଇଁ ମାଗଣା କୋଚିଂ ପ୍ରଦାନ କରାଯିବ । ଜାଭା, ପାଇଥନ୍, ପିଏଚପି ମାଇଁ ଏସକ୍ୟୁଏଲ୍ ପରି କମ୍ପୁଟର ଭାଷା ଶିକ୍ଷାରେ ଅଭିଜ୍ଞ କରାଯିବ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଭାବରେ ବିଟେକ୍, ଏମଟେକ୍, ବିସିଏ, ଏମସିଏ ଏବଂ ଡିପ୍ଲୋମା ଉତ୍ତୀର୍ଣ୍ଣ ବା ଶେଷବର୍ଷରେ ପଢୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ବାରିପଦା ସ୍ଥିତ ଆଇଟିଡିଏ କାର୍ଯ୍ୟାଳୟକୁ ଆସି ଆବେଦନ କରିପାରିବେ । ଅବିଳମ୍ବେ ଆବେଦନ କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଚୟନ ହେଉଥିବା ଛାତ୍ରଛାତ୍ରୀଙ୍କୁ ଅକାଂକ୍ଷା ଆଇଟି ହବ ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବୁଝିବା ପାଇଁ ସହଜ ହେଉଥିବା ପଦ୍ଧତିରେ ପ୍ରସ୍ତୁତ ପାଠ୍ୟପୁସ୍ତକ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । ଏହା ସମ୍ପର୍କରେ ଅଧିକ ସୂଚନା ପାଇଁ ଆଇଟିଡିଏ କାର୍ଯ୍ୟାଳୟ ସହ ୯୮୬୧୩୪୩୩୨୯ ଓ ୯୮୫୩୩୦୦୦୪୧ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ପ୍ରଶିକ୍ଷଣ ପାଇଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ଏକାଧିକ କମ୍ପାନୀ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝାମଣା ହୋଇଥିବାର ସୂଚନା ମିଳିଛି lବାରିପଦା, (୧୨/୧୨): ବୈଷୟିକ ଜ୍ଞାନ କୌଶଳରେ ନିପୁଣ ହେବେ ଆଦିବାସୀ ଛାତ୍ରଛାତ୍ରୀ । ସରକାରୀ କ୍ଷେତ୍ର ସହିତ ଦେଶ ବିଦେଶର ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇବେ । ଏଥିପାଇଁ ଜିଲ୍ଲାର ମେଧାବୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସଂଙ୍କଟ ରୋକି ପାରିବ ନାହିଁ । ସେମାନଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବ । ଏଥିପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ “ଆକାଂକ୍ଷା” ଯୋଜନା ପ୍ରସ୍ତୁତ କରାଯାଇଛି ।
ଜିଲ୍ଲାର ମେଧାବୀ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଶିକ୍ଷାରେ ପାରଙ୍ଗମ କରିବା ପାଇଁ ମାଗଣା କୋଚିଂ ପ୍ରଦାନ କରାଯିବ । ଜାଭା, ପାଇଥନ୍, ପିଏଚପି ମାଇଁ ଏସକ୍ୟୁଏଲ୍ ପରି କମ୍ପୁଟର ଭାଷା ଶିକ୍ଷାରେ ଅଭିଜ୍ଞ କରାଯିବ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଭାବରେ ବିଟେକ୍, ଏମଟେକ୍, ବିସିଏ, ଏମସିଏ ଏବଂ ଡିପ୍ଲୋମା ଉତ୍ତୀର୍ଣ୍ଣ ବା ଶେଷବର୍ଷରେ ପଢୁଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଆଗ୍ରହୀ ପ୍ରାର୍ଥୀମାନେ ବାରିପଦା ସ୍ଥିତ ଆଇଟିଡିଏ କାର୍ଯ୍ୟାଳୟକୁ ଆସି ଆବେଦନ କରିପାରିବେ । ଅବିଳମ୍ବେ ଆବେଦନ କରିବା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଚୟନ ହେଉଥିବା ଛାତ୍ରଛାତ୍ରୀଙ୍କୁ ଅକାଂକ୍ଷା ଆଇଟି ହବ ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ବୁଝିବା ପାଇଁ ସହଜ ହେଉଥିବା ପଦ୍ଧତିରେ ପ୍ରସ୍ତୁତ ପାଠ୍ୟପୁସ୍ତକ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । ଏହା ସମ୍ପର୍କରେ ଅଧିକ ସୂଚନା ପାଇଁ ଆଇଟିଡିଏ କାର୍ଯ୍ୟାଳୟ ସହ ୯୮୬୧୩୪୩୩୨୯ ଓ ୯୮୫୩୩୦୦୦୪୧ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ପ୍ରଶିକ୍ଷଣ ପାଇଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ଏକାଧିକ କମ୍ପାନୀ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝାମଣା ହୋଇଥିବାର ସୂଚନା ମିଳିଛି l
