ବାରିପଦା, (୧୨/୧୨/2025)
ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଆସ୍ପାୟର ଯୋଜନା ମାଧ୍ୟମରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବାରିପଦା ପକ୍ଷରୁ ମାଗଣା କୋଚିଂ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏଠାରେ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତୀୟ ପ୍ରଶାସନିକ /ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳ ହେବା ପାଇଁ ଭୁବନେଶ୍ୱରସ୍ଥିତ ସିଭିଲ ସର୍ଭିସ କୋଚିଂ ଅନୁଷ୍ଠାନ ଶୁଭ୍ରା ରଞ୍ଜନ ଆଇ ଏ ଏସ ଇନଷ୍ଟିଚ୍ୟୁଟ ଦ୍ଵାରା ଶିକ୍ଷାଦାନ କରାଯିବ । ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ ହାସଲ କରିଥିବା ଆଶାୟୀ ଛାତ୍ରଛାତ୍ରୀଏଥିରେ ଭାଗ ନେଇ ପାରିବେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତମ ରୂପେ ପ୍ରଶିକ୍ଷଣ ଦିଆଯାଇ ଆବଶ୍ୟକ ପାଠ୍ୟପୁସ୍ତକ ମଧ୍ୟ ପ୍ରଦାନ କରାଯିବ । ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ଆଇଟିଡିଏ ବାରିପଦା କାର୍ଯ୍ୟାଳୟକୁ ଆସି ଫର୍ମ ଦାଖଲ କରି ପାରିବେ । ଏଥିସହ ଏସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଦୂରଭାଷ:- ୯୮୬୧୧୬୦୫୦୧,୯୯୩୭୦୬୫୫୯୬,୯୮୫୩୩୦୦୦୪୧,୬୩୭୦୪୯୧୮୫୯, ୭୮୭୮୭୭୨୩୩୬ ରେ ଆଇଟିଡିଏ ବାରିପଦା କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଉପରୋକ୍ତ କାର୍ଯ୍ୟଳୟକୁ ଆସି ଅବିଳମ୍ବେ ଫର୍ମ ଦାଖଲ କରିବାକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସୂଚନା ଜାରି କରାଯାଇଛି ।
