ବାରିପଦା -12/12/2025-ଆଜି ଜିଲ୍ଲା ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ଅଣସଂକ୍ରମକ ରୋଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜ୍ଞାନରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ-୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ବାରିପଦା ଏ.ଏନ.ଏମ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଭାରତୀ ଆରୁଖ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ ,ତାଲିମ କେନ୍ଦ୍ରର ପ୍ରଶିକ୍ଷୀକା ଏବଂ ଏ ଏନ ଏମ ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଡାକ୍ତର ଜ୍ଞାନରଞ୍ଜନ ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା କହିଲେ ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା, ଯେପରି ଜାତି,ବୟସ ଅବା ଲିଙ୍ଗଗତ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସହଜ ଏବଂ ସୁଲଭରେ ଉପଲବ୍ଧ କରାଇବା। ସାର୍ବଜନୀନ ସ୍ବାସ୍ଥ୍ୟ ସେବାକୁ କିପରି ବ୍ୟାପକ ଭାବେ ଲୋକାଭିମୁଖୀ କରିହେବ ତାହା ଉପରେ ଗୁରୁତ୍ୱ ଆରୋପ କରିଥିଲେ।ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ପ୍ରାଥମିକ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିସ୍ତୃତ ଭାବରେ ପାଞ୍ଚ ପ୍ରକାର ସେବା ଗୁଡିକ ବିଷୟରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।ଏବର୍ଷ ଦିବସ ପାଳନର ବାର୍ତ୍ତା ” ସ୍ବାସ୍ଥ୍ୟସେବା ସୁଲଭ କରାଇବା,ଆମେ ଚାହୁଁଥିବା ଆଗାମୀ କାଲିର ସୁସ୍ଥ ସମାଜ ଗଢ଼ିବା”।କାର୍ଯ୍ୟକ୍ରମକୁ ଜିଲ୍ଲା ସହକାରୀ ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

