ବାରିପଦା- ତା:- ୦୧/୧୨/୨୫ ରିଖ ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ ଉଦଯାପିତ ହୋଇଯାଇଛି I ସ୍ଥାନୀୟ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଲୋକନୃତ୍ୟରେ ଉତ୍ତରସାହି ଛଉ, ଲୋକଗୀତରେ ଗୁରୁଶିଷ୍ୟ ଦଳ, ବିଜ୍ଞାନ ମେଳାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, କବିତା ଲିଖନରେ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ସନ୍ଧ୍ୟାରାଣୀ ବେହେରା, ଗଳ୍ପ ଲିଖନରେ ଶ୍ରୀ ମା ମହିଳା ମହାବିଦ୍ୟାଳୟର ସୁବର୍ଣ୍ଣ ବେହେରା, ବକ୍ତୃତା ପ୍ରତିଯୋଗିତାରେ ବେତନଟୀର ଅଭିଷେକ ମହାନ୍ତି, ଚିତ୍ରାଙ୍କନରେ ଟି ଟି ଇ, ତକତପୁରର ସଞ୍ଜୟ କୁମାର ମାର୍ଣ୍ଡି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି I ତତସହିତ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ଦଳଗତ ପ୍ରତିଯୋଗିତାରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଙ୍କୁ ୧୦ ହଜାର, ସାଢେ ୭ ହଜାର ଓ ୫ ହଜାର ପ୍ରୋତ୍ସାହନ ରାଶି ସହ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୩ହଜାର, ୨ହଜାର ଓ ୧ହଜାର ପ୍ରୋତ୍ସାହନ ରାଶି ସହ ଟ୍ରଫି ଓ ପ୍ରଦାନ କରାଯାଇଥିଲା I ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଶୁଭକାମନା ଜଣାଇଥିଲେ I ଶିକ୍ଷକ ସୋମନାଥ ସିଂହ, ନାଦିଆ ଦାସ ଓ ହିମାନୀ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ସୁନିଲ କୁମାର ମହାନ୍ତ, କୈଳାସ ମହାଳିକ, ପ୍ରଦୀପ ଚୌଧୁରୀ, ଦିବ୍ୟ ରଞ୍ଜନ ଦାସ, ତ୍ରିଲୋଚନ ଗିରି, ଶୁଭମ ପାତ୍ର, ନରେନ୍ଦ୍ର ମହାନ୍ତ, କ୍ରୀଡ଼ା ଛାତ୍ରାବାସର କର୍ମ କର୍ତ୍ତା ଓ ଫ୍ୟୁଚର ଷ୍ଟାର୍ ସ୍ପୋର୍ଟସ ଏକାଡେମୀର ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ I ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ବିଚାରକ ମଣ୍ଡଳୀ ଓ ଅନ୍ୟାନ୍ୟ ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *