ବାରିପଦା -ତା-19/11/2025-ସ୍ଥାନୀୟ ଶହୀଦ ସ୍ମୃତି ଭବନ ବାରିପଦାଠାରେ “ମୟୂରଭଞ୍ଜ ଜିଲାସ୍ତରୀୟ ସମବାୟ ମହୋତ୍ସବ ୨୦୨୫” ତା.୧୯.୧୧.୨୦୨୫ରିଖରେ ପାଳିତ ହୋଇଯାଇଛି | କାର୍ଯ୍ୟକ୍ରମ ଆରମ୍ଭରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ “ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନ” ବାରିପଦାର କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା | ଏହି ଛଉ ନୃତ୍ୟ ମାଧ୍ୟମରେ ଚାଷ କାର୍ଯ୍ୟର  କୌଶଳ ପ୍ରଦର୍ଶନ କରାଯାଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ  ବାରିପଦା ବିଧାୟକ ପ୍ରକାଶ ସୋରେନ, ,ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ,  ନେତ୍ରାନନ୍ଦ ମଲ୍ଲିକ, DDM, NABARD ସ୍ମାରକ ମହାନ୍ତି,  ତୁଷାରକାନ୍ତି  ମହାନ୍ତି, ବରିଷ୍ଠ ସହକାରୀ ନିବନ୍ଧକ ବାରିପଦା ଓ ରାଇରଙ୍ଗପୁର, ବସନ୍ତ କୁମାର ନାୟକ, ବରିଷ୍ଠ ସହକାରୀ ନିବନ୍ଧକ କରଞ୍ଜିଆ,  ସୁକୁରାମ ସିଂ ବରିଷ୍ଠ ସହକାରୀ ନିବନ୍ଧକ କପ୍ତିପଦା,  ପ୍ରଦୀପ ଉପାଧ୍ୟାୟ ସଭାପତି ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ଓ ମୁଖ୍ୟ ବକ୍ତା ଭାବେ    ମୟୂରଭଞ୍ଜ କେନ୍ଦ୍ର ସମବାୟ  ବ୍ୟାଙ୍କର ସଭାପତି ସୁବ୍ରମନ୍ୟମ ମହାନ୍ତି ଉପସ୍ଥିତ ଥିଲେ I ଏହି ସଭାରେ  ଅଶୋକ କୁମାର ପାଣି, ଉପନିବନ୍ଧକ ସମବାୟ ସମିତି ସମୂହ ମୟୂରଭଞ୍ଜ ଖଣ୍ଡ, ବାରିପଦା ପୌରୋହିତ୍ୟ କରିଥିଲେ I ମଞ୍ଚାସୀନ ଅତିଥିମାନେ ସମବାୟର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା ଓ ସମବାୟ ମାଧ୍ୟମରେ ସମାଜର  ଅଗ୍ରଗତି, ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ତ୍ୱାରୂପ କରିଥିଲେ I ସମବାୟ ସମିତିକୁ ଆଦର୍ଶ ସମବାୟ ସମିତି, ଧାନମଣ୍ଡିକୁ ଆଦର୍ଶ ଧାନମଣ୍ଡିରେ ପରିଣତ କରିବା ଓ ଲ୍ୟାମ୍ପ୍ସଗୁଡିକର କାର୍ଯ୍ୟକ୍ରମରେ ସ୍ଵଚ୍ଛତା ଆଣିବା ପାଇଁ NLPS ମାଧ୍ୟମରେ କମ୍ପୁଟରିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ଆଲୋଚନା ହୋଇଥିଲା I ଏହି ସଭାରେ ବିଶିଷ୍ଟ ସମବାୟବିତ ଶ୍ରୀମତୀ ଲକ୍ଷ୍ମୀ ସାହୁଙ୍କୁ ସମ୍ମାନିତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା I ଏଥି ସହିତ ସମବାୟ ସପ୍ତାହ ଉପଲକ୍ଷେ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ “ ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ” ବିଷୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗୀତା କରାଯାଇ କୃତୀଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଥିଲା I   ଜିଲ୍ଲାର ସମବାୟ ସମିତିର କର୍ମଚାରୀ, ପରିଚାଳନା ପରିଷଦର ସଦସ୍ୟ, ଚାଷୀ ଓ ବିଭିନ୍ନ ବିଭାଗର ଅଧିକାରୀ ମିଶି ମୋଟ 412 ଜଣ ଯୋଗଦେଇଥିଲେ |
            ଶେଷରେ ବସନ୍ତ କୁମାର ନାୟକ, ବରିଷ୍ଠ ସହକାରୀ ନିଜନ୍ଧଳ, ସମବାୟ ସମିତି ସମୂହ, କରଞ୍ଜିଆ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।    

Leave a Reply

Your email address will not be published. Required fields are marked *