ବାରିପଦା -ସୁକୁମାର ରଞ୍ଜନ ପ୍ରଧାନ
ତାରିଖ: 05/11/25

ଦେବତ୍ତର ବିଭାଗର ଜାଗାରେ ବାରିପଦା ପୌରପାଳିକା ନିଜ ଅଧୀନକୁ ନ୍ୟାୟିକ ପ୍ରକ୍ରିୟାରେ ନନେଇ ବ୍ୟାପକ ବେଆଇନ ଭାବେ ଦୋକାନ ଘର ନିର୍ମାଣ କରି ଭଡା ଦେବାକୁ ଯୋଜନା କରିଥିବାବେଳେ, ତଦନ୍ତ କରି ‘ବର୍ତ୍ତମାନର ମୟୁରଭଞ୍ଜ ଦେବତ୍ତର ବିଭାଗ’ ଜାଣିବାକୁ ପାଇଛି କି,ଜାଗା ଟି ପ୍ରଭୁ ରଘୁନାଥ ଜୀଉ ବିଜେ ଠକୁରଙ୍କ ମାଲିକାନା ରେ ରହିଛି ଏବଂ ତାପରେ ଗତ ତା: ୨୯ ମାର୍ଚ୍ଚ ୨0୨୫ ରିଖ ରେ ଏକ ବନ୍ଧୁତ୍ୱ ପୂର୍ଣ ବୈଠକ ଦ୍ୱାରା ଉଭୟ ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଓ ଚେୟାରମ୍ୟାନଙ୍କ ସହ ଦେବୋତ୍ତର ବିଭାଗ ର ଉଚ୍ଚପଦସ୍ଥ ଅଧିକାରୀଙ୍କ ମଧ୍ୟରେ ଏକ ବୁଝାମଣା ହୋଇଗଲା କୀ,
” ବାରିପଦା ଚାପଲ ପୋଖରୀ ଓ ରାତ୍ରିକାଳୀନ ମାର୍କେଟ ନିକଟସ୍ଥ ପୋଖରୀ ଆଡ଼ିରେ ବାରିପଦା ପୌରପାଳିକା ଦ୍ୱାରା ନିର୍ମିତ ହୋଇଥିବା ଦେଉଳସାହି ମୌଜାର ପ୍ଲଟ ନଂ-୪୧୧/ ଖାତା ନଂ-୨୨୨/୫୯, ଇୟୁନିଟ ନଂ-0୭ ର ବେଆଇନ ଦୋକାନ ଘରକୁ ଉଭୟ ବିଭାଗ (୫0% – ୫0%) ଅଧା ଅଧା କରି ଭଡା ଦେଇ ଟଙ୍କା ନେଇଯିବାର ମସୁଧା ହୋଇଗଲା ! ଚାପଲ ପୋଖରୀ ଓ ରାତ୍ରି କାଳୀନ ମାର୍କେଟ ନିକଟରେ ହୋଇଥିବା ୧0 ଟା ବେଆଇନ ଦୋକାନ ଘର ବେଆଇନ ଭାବେ ନିର୍ମିତ ହୋଇଛି ବୋଲି ନିଜେ ବାରିପଦା ଚେୟାରମ୍ୟାନ କୃଷ୍ନାନନ୍ଦ ମହାନ୍ତି ମାନିଛନ୍ତି ଓ ଦୋଷ ଶିକାର ମଧ୍ୟ କରିଛନ୍ତି ଉକ୍ତ ବୈଠକରେ !”
ସହରରେ ଚର୍ଚ୍ଚା ହେଉଛି ବାରିପଦା ମୂନିସିପାଲିଟି ଓ ଦେବୋତ୍ତର ବିଭାଗ ମଧ୍ୟରେ ଏଇଟା କୁରାଣ୍ଡି ମାଛ ଗୋଟେ, ଯଦି ସରକାରଙ୍କ ଆନ୍ତରିକତା ଅଛି, ତେବେ, 2023 ରେ ତତ୍ତ କାଳୀନ ଦେବୋତ୍ତର ଅଧିକାରୀ ଶ୍ରୀଯୁକ୍ତ ନାଏକ ଙ୍କ ରିପୋର୍ଟ କୁ ସାର୍ବଜନୀନ କରୁ l ପଦକ୍ଷେପ ନେବାତ ପରବର୍ତୀ ଚର୍ଚ୍ଚାର ବିଷୟ?

Leave a Reply

Your email address will not be published. Required fields are marked *