ଠାକୁରମୁଣ୍ଡା ୨/୧୧-ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ରୁଗୁଡିଵେଡା ଗ୍ରାମରୁ ଏକ ଅନ୍ଧ ନାବାଳକକୁ ଉଦ୍ଧାର କରି ଠାକୁରମୁଣ୍ଡା ପୋଲିସକୁ ହସ୍ତାନ୍ତର କରିଛନ୍ତି ସିୱାଇଏସଡି ସ୍ବେଛାସେବୀ। ରବିବାର ସକାଳ ୯ ଟା ସମୟରେ ଠାକୁରମୁଣ୍ଡାରୁ ତାଳପଦା ଯାଉଥିବା ବେଳେ ହଠାତ୍ ଏକ ଅନ୍ଧ ବାଳକ ବାଇକ ସାମ୍ନାକୁ ଚାଲି ଆସିଥିଲା । ସିୱାଇଏସଡିର କର୍ମଚାରୀ ପଦ୍ମାବତୀ ସାହୁ, ସଞ୍ଜୟ କୁମାର ବେହେରା, ପିତାମ୍ବର ଡିଣ୍ଡେ ବାଇକ ରଖି ବାଳକର ପରିଚୟ ପଚାରି ବୁଝି ଠାକୁରମୁଣ୍ଡା ଥାନାରେ ହସ୍ତାନ୍ତର କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ବାଳକ ବାଲେଶ୍ଵର ଜିଲା ଔପଦା ବ୍ଲକ ସୋର ଥାନା ଅନ୍ତର୍ଗତ ଲକ୍ଷ୍ମୀଶୋଳ ଗ୍ରାମର ଜଟ ସିଂ ଙ୍କ ପୁଅ ଅଜୟ ସିଂ (୧୭)। ପଦ୍ମାବତୀ ସାହୁ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଏଵଂ ଚାଇଲ୍ଡ ଲାଇନଙ୍କ ଦୃଷ୍ଟିକୁ ଆଣିଥିଲେ। ଠାକୁରମୁଣ୍ଡା ଥାନା ଏସଆଇ ଅନିତା ସ୍ବାଇଁ ଔପଦା ଥାନା ଏବଂ ସୋର ଥାନା କୁ ନାବାଳକ ଫୋଟ ଏଵଂ ଠିକଣା ପଠାଇଥିଲେ। ସୋର ଥାନା ଅଧିକାରୀ ନାବାଳକକୁ ଚିହ୍ନଟ କରିପାରିଥିଲେ ଏଵଂ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଠାକୁରମୁଣ୍ଡା ପୋଲିସ୍ ବସ ଯୋଗେ ନାବାଳକକୁ ଔପଦା ଥାନା ପଠାଇଛନ୍ତି ଏବଂ ସେଠାରୁ ସେ ସୋର ଥାନା ମାଧ୍ୟମରେ ନିଜ ଘରକୁ ଯିବ ବୋଲି ଜଣାପଡିଛି।
