ବାରିପଦା -ତା -30/10/2025-ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି “ କାର୍ଯ୍ୟକ୍ରମର ମୟୂରଭଞ୍ଜ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ତା.୩୦.୧୦.୨୫ ରିଖରେ ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ଏଥିରେ ଆଇଏଏସ ପ୍ରବେସନର କାଶିଷ ବକ୍ସି, ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକା ସବିତା ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ଶିଶୁମାନଙ୍କ ମଧ୍ୟରେ ଦେଖା ଦେଉଥିବା ମାନସିକ ଅସନ୍ତୁଳ ବା ଅସ୍ଥିରତା ଯୋଗୁଁ ଶିଶୁମାନେ ସଠିକ ସିଦ୍ଧାନ୍ତ ନେବାରେ ଅସମର୍ଥ ହୋଇଥାନ୍ତି ଓ ଭୁଲ ନିଷ୍ପତି ନେଇଥାନ୍ତି। ଏହି ସବୁ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ରକ୍ଷା କରିବା ନିମନ୍ତେ ଏକ ନୂତନ କାର୍ଯ୍ୟକ୍ରମ “ ମନଃ ଶକ୍ତି “ ଆରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାରିଖ ୩୦.୧୦.୨୦୨୫ ଏବଂ ୩୧.୧୦.୨୦୨୫ ଦୁଇ ଦିନିଆ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ UNICEF INDIA ତରଫରୁ ବୈଷୟିକ ସହାୟତା ଯୋଗାଇ ଦିଆ ଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କାର୍ଯ୍ୟକାରୀ କରାଯାଉଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ UNICEFର ସଂଯୋଜିକା ଡା. ନେହା ସିଂଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫ଟି ବ୍ଲକ ଯଥା-ବାରିପଦା, ବାଙ୍ଗିରିପୋଷୀ, କୁଳିଅଣା, ମୋରଡା ଏବଂ ଉଦଳା ବ୍ଲକ ତଥା ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଏନ ଏସ ଏସ ସ୍ବେଛାସେବୀ, ଜୁନିୟର ରେଡ-କ୍ରସର ପରାମର୍ଶଦାତା, ସରକାରୀ ସ୍ତରରେ କାମ କରୁଥିବା ଅଧିକାରୀ/ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଉକ୍ତ ୫ଟି ବ୍ଲକରୁ ବ୍ଲକ ଶିକ୍ଷା-ଅଧିକାରୀ, ଅତିରିକ୍ତ ବ୍ଲକ-ଶିକ୍ଷା ଅଧିକାରୀ, ଶିକ୍ଷକ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କାର୍ଯ୍ୟକ୍ରମକୁ ଅୟୋଜନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟାଳୟର କର୍ମକର୍ତ୍ତା ଏବଂ ଚାଇଲ୍ଡ-ହେଲ୍ପଲାଇନର କର୍ମକର୍ତ୍ତା ମାନେ ମଧ୍ୟ ତାଲିମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟ ତାଲିମ ଗ୍ରହଣ କରିଥିବା ସାଧନ କର୍ମୀ/ ତାଲିମ ଦାତାଙ୍କ ମାଧ୍ୟମରେ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯିବ। ଯାହା ଫଳରେ ମାନସିକ ସନ୍ତୁଳନ ହରାଉଥିବା ଶିଶୁ ମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହାୟକ ହେବ।ବାରିପଦା -ତା -30/10/2025-ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ନିମନ୍ତେ “ ମନଃ ଶକ୍ତି “ କାର୍ଯ୍ୟକ୍ରମର ମୟୂରଭଞ୍ଜ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ତା.୩୦.୧୦.୨୫ ରିଖରେ ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ। ଏଥିରେ ଆଇଏଏସ ପ୍ରବେସନର କାଶିଷ ବକ୍ସି, ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକା ସବିତା ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସମୟରେ ଶିଶୁମାନଙ୍କ ମଧ୍ୟରେ ଦେଖା ଦେଉଥିବା ମାନସିକ ଅସନ୍ତୁଳ ବା ଅସ୍ଥିରତା ଯୋଗୁଁ ଶିଶୁମାନେ ସଠିକ ସିଦ୍ଧାନ୍ତ ନେବାରେ ଅସମର୍ଥ ହୋଇଥାନ୍ତି ଓ ଭୁଲ ନିଷ୍ପତି ନେଇଥାନ୍ତି। ଏହି ସବୁ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ମଧ୍ୟରେ ମାନସିକ ସୁସ୍ଥତା ରକ୍ଷା କରିବା ନିମନ୍ତେ ଏକ ନୂତନ କାର୍ଯ୍ୟକ୍ରମ “ ମନଃ ଶକ୍ତି “ ଆରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାରିଖ ୩୦.୧୦.୨୦୨୫ ଏବଂ ୩୧.୧୦.୨୦୨୫ ଦୁଇ ଦିନିଆ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ UNICEF INDIA ତରଫରୁ ବୈଷୟିକ ସହାୟତା ଯୋଗାଇ ଦିଆ ଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କାର୍ଯ୍ୟକାରୀ କରାଯାଉଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ UNICEFର ସଂଯୋଜିକା ଡା. ନେହା ସିଂଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୫ଟି ବ୍ଲକ ଯଥା-ବାରିପଦା, ବାଙ୍ଗିରିପୋଷୀ, କୁଳିଅଣା, ମୋରଡା ଏବଂ ଉଦଳା ବ୍ଲକ ତଥା ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ, ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଏନ ଏସ ଏସ ସ୍ବେଛାସେବୀ, ଜୁନିୟର ରେଡ-କ୍ରସର ପରାମର୍ଶଦାତା, ସରକାରୀ ସ୍ତରରେ କାମ କରୁଥିବା ଅଧିକାରୀ/ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଉକ୍ତ ୫ଟି ବ୍ଲକରୁ ବ୍ଲକ ଶିକ୍ଷା-ଅଧିକାରୀ, ଅତିରିକ୍ତ ବ୍ଲକ-ଶିକ୍ଷା ଅଧିକାରୀ, ଶିକ୍ଷକ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କାର୍ଯ୍ୟକ୍ରମକୁ ଅୟୋଜନ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟାଳୟର କର୍ମକର୍ତ୍ତା ଏବଂ ଚାଇଲ୍ଡ-ହେଲ୍ପଲାଇନର କର୍ମକର୍ତ୍ତା ମାନେ ମଧ୍ୟ ତାଲିମ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟ ତାଲିମ ଗ୍ରହଣ କରିଥିବା ସାଧନ କର୍ମୀ/ ତାଲିମ ଦାତାଙ୍କ ମାଧ୍ୟମରେ କାର୍ଯ୍ୟକ୍ରମର ସଂପ୍ରସାରଣ କରାଯିବ। ଯାହା ଫଳରେ ମାନସିକ ସନ୍ତୁଳନ ହରାଉଥିବା ଶିଶୁ ମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *