ବାରିପଦା:ତା-30/10/2025- ମୟୂରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକ୍ରେ ପ୍ରଥମ FLNAT 2025 (Foundational Literacy and Numeracy Assessment Test) ଆୟୋଜିତ ହୋଇଥିଲା। ଏହି ପରୀକ୍ଷାରେ ବିଶେଷକରି ୧୫ ବର୍ଷ ଓ ତାହାଠାରୁ ଅଧିକ ବୟସ୍କ ନାଗରିକମାନଙ୍କ ଭାଷା ଓଡିଆ ଓ ପ୍ରାଥମିକସ୍ତରର ଗଣିତ ଦକ୍ଷତା ପରଖିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି।
ଏହି ପରୀକ୍ଷାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ପାଇଁ ରାଜ୍ୟସ୍ତରରୁ ଯୁଗ୍ମ ନିର୍ଦ୍ଦେଶକ ଅକୃର ବାରିକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଜିଲ୍ଲାର ପଦକ୍ଷେପକୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ ଦେଇଥିଲେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପରିଦର୍ଶନରେ ସହଯୋଗ କରିଥିଲେ । ୨୬ଗୋଟି ବ୍ଲକରେ ୧୩୩୩୭ ଜଣ ପୁରୁଷ, ୩୦୪୧୫ ଜଣ ମହିଳା, ଏହିପରି ସମୁଦାୟ ୪୩୭୫୨ ଜଣ ପୁରୁଷ ଓ ମହିଳା ଉଲ୍ଲାସ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଶିକ୍ଷା ବିଭାଗ ଅଧୀନରେ ଏହି ପରୀକ୍ଷାର ଆକଳନ ଜିଲ୍ଲା, ବ୍ଲକ ଓ ଗ୍ରାମାଞ୍ଚଳସ୍ତରରେ ସମ୍ପନ୍ନ ହୋଇଛି। ପରୀକ୍ଷାରେ ଅନେକ ଯୁବକ ଓ ବୟସ୍କ ନାଗରିକ ସହଭାଗ ହୋଇ, ଭାଷା ଓ ଗଣିତ ଜ୍ଞାନ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ NGO ଭାବେ ମା ଅମ୍ବିକା ମହିଳା ମହାମଣ୍ଡଳ, ବାରିପଦାର ସହଯୋଗକୁ ଜିଲ୍ଲା ଶିକ୍ଷା ପରିବାର ତରଫରୁ ଉଚ୍ଚ ପ୍ରସଂଶିତ ହୋଇଅଛି ଏବଂ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷା ପରିବାର ଆଶା ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟସ୍ତରରେ VT, ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ / ସିଆରସିସି / ବ୍ଲକ ନୋଡାଲ ଅଫିସର ଏବଂ ବିଇଓ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦନ ହୋଇଅଛି ।
ଅଧିକାରୀମାନେ କହିଛନ୍ତି ଯେ, ଏହି FLNAT 2025 ଅଭିଯାନ ଜୀବନମୂଳକ ଶିକ୍ଷା ଓ ସାକ୍ଷରତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ହେବ।ବାରିପଦା:ତା-30/10/2025- ମୟୂରଭଞ୍ଜ ଜିଲ୍ଲାର ୨୬ଗୋଟି ବ୍ଲକ୍ରେ ପ୍ରଥମ FLNAT 2025 (Foundational Literacy and Numeracy Assessment Test) ଆୟୋଜିତ ହୋଇଥିଲା। ଏହି ପରୀକ୍ଷାରେ ବିଶେଷକରି ୧୫ ବର୍ଷ ଓ ତାହାଠାରୁ ଅଧିକ ବୟସ୍କ ନାଗରିକମାନଙ୍କ ଭାଷା ଓଡିଆ ଓ ପ୍ରାଥମିକସ୍ତରର ଗଣିତ ଦକ୍ଷତା ପରଖିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି।
ଏହି ପରୀକ୍ଷାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ପାଇଁ ରାଜ୍ୟସ୍ତରରୁ ଯୁଗ୍ମ ନିର୍ଦ୍ଦେଶକ ଅକୃର ବାରିକ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଜିଲ୍ଲାର ପଦକ୍ଷେପକୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ ଦେଇଥିଲେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପରିଦର୍ଶନରେ ସହଯୋଗ କରିଥିଲେ । ୨୬ଗୋଟି ବ୍ଲକରେ ୧୩୩୩୭ ଜଣ ପୁରୁଷ, ୩୦୪୧୫ ଜଣ ମହିଳା, ଏହିପରି ସମୁଦାୟ ୪୩୭୫୨ ଜଣ ପୁରୁଷ ଓ ମହିଳା ଉଲ୍ଲାସ : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଶିକ୍ଷା ବିଭାଗ ଅଧୀନରେ ଏହି ପରୀକ୍ଷାର ଆକଳନ ଜିଲ୍ଲା, ବ୍ଲକ ଓ ଗ୍ରାମାଞ୍ଚଳସ୍ତରରେ ସମ୍ପନ୍ନ ହୋଇଛି। ପରୀକ୍ଷାରେ ଅନେକ ଯୁବକ ଓ ବୟସ୍କ ନାଗରିକ ସହଭାଗ ହୋଇ, ଭାଷା ଓ ଗଣିତ ଜ୍ଞାନ ପ୍ରତି ଆଗ୍ରହ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ NGO ଭାବେ ମା ଅମ୍ବିକା ମହିଳା ମହାମଣ୍ଡଳ, ବାରିପଦାର ସହଯୋଗକୁ ଜିଲ୍ଲା ଶିକ୍ଷା ପରିବାର ତରଫରୁ ଉଚ୍ଚ ପ୍ରସଂଶିତ ହୋଇଅଛି ଏବଂ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷା ପରିବାର ଆଶା ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟସ୍ତରରେ VT, ପ୍ରଧାନ ଶିକ୍ଷକ / ଶିକ୍ଷୟତ୍ରୀ / ସିଆରସିସି / ବ୍ଲକ ନୋଡାଲ ଅଫିସର ଏବଂ ବିଇଓ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦନ ହୋଇଅଛି ।
ଅଧିକାରୀମାନେ କହିଛନ୍ତି ଯେ, ଏହି FLNAT 2025 ଅଭିଯାନ ଜୀବନମୂଳକ ଶିକ୍ଷା ଓ ସାକ୍ଷରତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ହେବ।
