ବାରିପଦା- ତା 29/10 ; ଛତୁ ଏକ ପୁଷ୍ଟିକର ସ୍ୱାଦିଷ୍ଟ ଖାଦ୍ୟ ହୋଇଥିବାବେଳେ ଛତୁ ଚାଷ ଲାଭକାରୀ ମଧ୍ୟ ଅଟେ I ଏଣୁ ପ୍ରଚୁର ପୋଷଣ ତତ୍ତ୍ୱରେ ଭରପୁର ଛତୁ ଚାଷ ଦିଗରେ ଏବେ ଚାଷୀ ଅଧିକ ଆଗ୍ରହୀ ହେଲେଣି I ମୟୁରଭଞ୍ଜ ଜ଼ିଲ୍ଲା କରଞ୍ଜିଆ ବ୍ଲକ ଦରି ଗ୍ରାମର ଅଶୋକ କୁମାର ମହାନ୍ତ ଛତୁ ଚାଷ କରି ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଚାଷୀଙ୍କ ପାଇଁ ହୋଇପାରିଛନ୍ତି ପ୍ରେରଣାର ଉତ୍ସ I ଏଥିପାଇଁ ଓୟୁଏଟି ଅଧୀନରେ ଥିବା ଯଶିପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରି ଅଶୋକ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ଛତୁ ଚାଷ ସମ୍ବନ୍ଧୀୟ ତାଲିମ ନେଇଥିଲେ I ଏହା ପରେ ନିଜ ପ୍ରଚେଷ୍ଟାରେ ଆରମ୍ଭ କରିଥିଲେ ଛତୁ ଚାଷ I ଯେଉଁଥିରୁ ସେ ଏବେ ଲାଭ ପାଇ ଆତ୍ମନିର୍ଭର ହୋଇପାରିଛନ୍ତି I
ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ପ୍ରଶିକ୍ଷଣ ରେ ଅଶୋକ, ଛତୁ ଚାଷର ସମସ୍ତ ଉପଯୋଗୀତାକୁ ଉପଲବ୍ଧି କରି ଏ ଦିଗରେ ମନ ବଳାଇଲେ | ପରେ ପରେ ସ୍ୱଳ୍ପ ବେଡ଼ ରୁ ଚାଷ ଆରମ୍ଭ କରି ବର୍ତମାନ ୧୦୦ ବେଡ଼ ଯାଏଁ ଚାଷ କରୁଛନ୍ତି I ଗତ ବର୍ଷ ଅଶୋକ ଧିଙ୍ଗରୀ ଛତୁ ଚାଷ କରି ପ୍ରାୟ ୩ ଲକ୍ଷ ଟଙ୍କା ଯାଏଁ ଲାଭ ପାଇଥିଲେI ଚଳିତ ବର୍ଷ ପାଳ ଛତୁ କରି ମାସକୁ ୩୦ ହଜାର ଯାଏଁ ଲାଭ ପାଉଥିବା କହିଛନ୍ତି I ତେବେ ଏ ଦିଗରେ ତାଙ୍କର ବିଶେଷ କିଛି ଖର୍ଚ ହେଉନଥିବାରୁ ଲାଭ ଅଧିକ ହେଉଥିବାରୁ ସେ ଆହୁରି ଅଧିକ ବେଡ଼ କରି ଛତୁ ଚାଷ କରିବା ପାଇଁ ଆଶା ରଖିଛନ୍ତି I ମଝିରେ ମଝିରେ ପାଖ ବଜାର ରେ ମଧ୍ୟ ଛତୁ ନେଇ ବିକ୍ରି କରନ୍ତି I ଅନେକ ଗ୍ରାମବାସୀ ଆସି ଅଶୋକଙ୍କ ଛତୁ ଚାଷ ବାବଦରେ ପଚାରି ବୁଝନ୍ତି I ଅଶୋକ ମଧ୍ୟ ସେମାନଙ୍କୁ ଛତୁ ଚାଷ ବାବଦରେ ବୁଝାଇବା ସହ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ତାଲିମ ନେବାକୁ ପରାମର୍ଶ ଦିଅନ୍ତି I ଅଶୋକଙ୍କ ଛତୁ ଚାଷ ଦେଖିବାକୁ କୃଷି ବିଜ୍ଞାନ କେନ୍ଦ୍ରରୁ ଚାଷୀ ମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ମଧ୍ୟ ଅଣାଯାଉଛିI ଯାହା ଫଳରେ ଚାଷୀ ମାନେ ଅନୁପ୍ରାଣିତ ହେବା ସହ ଅନେକ ତଥ୍ୟ ମଧ୍ୟ ଜାଣି ପାରୁଛନ୍ତି I କୃଷି ବିଜ୍ଞାନ କେନ୍ଦ୍ର ର ବିଭିନ୍ନ ତାଲିମ ଶିବିର ରେ ପ୍ରଶିକ୍ଷକ ଭାବେ ମଧ୍ୟ ସିଏ ଯୋଗଦାନ କରି ଛତୁ ସମ୍ବନ୍ଧୀୟ ତାଲିମ ଦେଉଛନ୍ତି।
ବାସ୍ତବରେ ଗ୍ରାମୀଣ ଯୁବକ ଯୁବତୀଙ୍କୁ ସଶକ୍ତ କରିବାରେ ଏବଂ କୃଷି ଦିଗରେ ଉତ୍ସ୍ଥାହିତ କରିବାରେ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ତାଲିମ ଅନେକ ସହାୟକ ହେଉଛି ବୋଲି ଚାଷୀ ମାନେ ମତ ରଖିଛନ୍ତି Iବାରିପଦା- ତା 29/10 ; ଛତୁ ଏକ ପୁଷ୍ଟିକର ସ୍ୱାଦିଷ୍ଟ ଖାଦ୍ୟ ହୋଇଥିବାବେଳେ ଛତୁ ଚାଷ ଲାଭକାରୀ ମଧ୍ୟ ଅଟେ I ଏଣୁ ପ୍ରଚୁର ପୋଷଣ ତତ୍ତ୍ୱରେ ଭରପୁର ଛତୁ ଚାଷ ଦିଗରେ ଏବେ ଚାଷୀ ଅଧିକ ଆଗ୍ରହୀ ହେଲେଣି I ମୟୁରଭଞ୍ଜ ଜ଼ିଲ୍ଲା କରଞ୍ଜିଆ ବ୍ଲକ ଦରି ଗ୍ରାମର ଅଶୋକ କୁମାର ମହାନ୍ତ ଛତୁ ଚାଷ କରି ସ୍ୱାବଲମ୍ବୀ ହେବା ସହ ଗ୍ରାମର ଅନ୍ୟ ଚାଷୀଙ୍କ ପାଇଁ ହୋଇପାରିଛନ୍ତି ପ୍ରେରଣାର ଉତ୍ସ I ଏଥିପାଇଁ ଓୟୁଏଟି ଅଧୀନରେ ଥିବା ଯଶିପୁର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରି ଅଶୋକ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ଛତୁ ଚାଷ ସମ୍ବନ୍ଧୀୟ ତାଲିମ ନେଇଥିଲେ I ଏହା ପରେ ନିଜ ପ୍ରଚେଷ୍ଟାରେ ଆରମ୍ଭ କରିଥିଲେ ଛତୁ ଚାଷ I ଯେଉଁଥିରୁ ସେ ଏବେ ଲାଭ ପାଇ ଆତ୍ମନିର୍ଭର ହୋଇପାରିଛନ୍ତି I
ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ପ୍ରଶିକ୍ଷଣ ରେ ଅଶୋକ, ଛତୁ ଚାଷର ସମସ୍ତ ଉପଯୋଗୀତାକୁ ଉପଲବ୍ଧି କରି ଏ ଦିଗରେ ମନ ବଳାଇଲେ | ପରେ ପରେ ସ୍ୱଳ୍ପ ବେଡ଼ ରୁ ଚାଷ ଆରମ୍ଭ କରି ବର୍ତମାନ ୧୦୦ ବେଡ଼ ଯାଏଁ ଚାଷ କରୁଛନ୍ତି I ଗତ ବର୍ଷ ଅଶୋକ ଧିଙ୍ଗରୀ ଛତୁ ଚାଷ କରି ପ୍ରାୟ ୩ ଲକ୍ଷ ଟଙ୍କା ଯାଏଁ ଲାଭ ପାଇଥିଲେI ଚଳିତ ବର୍ଷ ପାଳ ଛତୁ କରି ମାସକୁ ୩୦ ହଜାର ଯାଏଁ ଲାଭ ପାଉଥିବା କହିଛନ୍ତି I ତେବେ ଏ ଦିଗରେ ତାଙ୍କର ବିଶେଷ କିଛି ଖର୍ଚ ହେଉନଥିବାରୁ ଲାଭ ଅଧିକ ହେଉଥିବାରୁ ସେ ଆହୁରି ଅଧିକ ବେଡ଼ କରି ଛତୁ ଚାଷ କରିବା ପାଇଁ ଆଶା ରଖିଛନ୍ତି I ମଝିରେ ମଝିରେ ପାଖ ବଜାର ରେ ମଧ୍ୟ ଛତୁ ନେଇ ବିକ୍ରି କରନ୍ତି I ଅନେକ ଗ୍ରାମବାସୀ ଆସି ଅଶୋକଙ୍କ ଛତୁ ଚାଷ ବାବଦରେ ପଚାରି ବୁଝନ୍ତି I ଅଶୋକ ମଧ୍ୟ ସେମାନଙ୍କୁ ଛତୁ ଚାଷ ବାବଦରେ ବୁଝାଇବା ସହ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ତାଲିମ ନେବାକୁ ପରାମର୍ଶ ଦିଅନ୍ତି I ଅଶୋକଙ୍କ ଛତୁ ଚାଷ ଦେଖିବାକୁ କୃଷି ବିଜ୍ଞାନ କେନ୍ଦ୍ରରୁ ଚାଷୀ ମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ମଧ୍ୟ ଅଣାଯାଉଛିI ଯାହା ଫଳରେ ଚାଷୀ ମାନେ ଅନୁପ୍ରାଣିତ ହେବା ସହ ଅନେକ ତଥ୍ୟ ମଧ୍ୟ ଜାଣି ପାରୁଛନ୍ତି I କୃଷି ବିଜ୍ଞାନ କେନ୍ଦ୍ର ର ବିଭିନ୍ନ ତାଲିମ ଶିବିର ରେ ପ୍ରଶିକ୍ଷକ ଭାବେ ମଧ୍ୟ ସିଏ ଯୋଗଦାନ କରି ଛତୁ ସମ୍ବନ୍ଧୀୟ ତାଲିମ ଦେଉଛନ୍ତି।
ବାସ୍ତବରେ ଗ୍ରାମୀଣ ଯୁବକ ଯୁବତୀଙ୍କୁ ସଶକ୍ତ କରିବାରେ ଏବଂ କୃଷି ଦିଗରେ ଉତ୍ସ୍ଥାହିତ କରିବାରେ ସିବିସାଇ ବିକାଶ ପ୍ରକଳ୍ପ ମାଧ୍ୟମରେ ଦିଆଯାଉଥିବା ୫ ଦିନିଆ ତାଲିମ ଅନେକ ସହାୟକ ହେଉଛି ବୋଲି ଚାଷୀ ମାନେ ମତ ରଖିଛନ୍ତି I

Leave a Reply

Your email address will not be published. Required fields are marked *