ଆନ୍ଦୋଳନ ଭୟରେ ମୁଣ୍ଡ ନୂଆଁଇଲେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ l
ବାରିପଦା-ତା-26-10-2025- ଭଞ୍ଜସେନା ଆନ୍ଦୋଳନ ର ଆହ୍ଵାନ କୁ ଡରି, ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଧିନସ୍ଥ ନୂଆଗାଁ ବାଳିକା ଉଚ୍ଚବିଦ୍ୟାଳୟ ର ଶିକ୍ଷୟିତ୍ରୀ ପ୍ରମିଳା ସାହୁ ଉପରେ ଲାଗିଥିବା ନିଲମ୍ବନ ଆଦେଶ କୁ ପ୍ରତ୍ୟାହୃତ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ l ଏ ବାବଦକୁ ଆସନ୍ତାକାଲି ଅକ୍ଟୋବର ୨୭ ତାରିଖ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ସମସ୍ତ ଜାତୀୟ ରାଜପଥ, ରାଜ୍ଯ ରାଜପଥ ଏବଂ ଅନ୍ୟାନ୍ୟ ରାସ୍ତା ଉପରେ ହେବାକୁ ଥିବା ହରତାଳ କାର୍ଯ୍ୟକ୍ରମ କୁ ବର୍ତ୍ତମାନ ପାଇଁ ସ୍ଥଗିତ ରହିଅଛି ବୋଲି ଭଞ୍ଜ ସେନା ତରଫରୁ ଏକ ବିବୃତିରେ ସୂଚନା ମିଳିଛି l ମାତ୍ର ଜିଲ୍ଲାରେ ବିପର୍ଯ୍ୟସ୍ଥ ହୋଇପଡିଥିବା ପ୍ରାଥମିକ ଶିକ୍ଷାରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ଜାରୀ ରହିବ ବୋଲି ସଂଗଠନ ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି | ସୂଚନା ଥାଉକି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟଳୟ ରେ ବ୍ୟାପକ ଦୂର୍ନତିର ଗନ୍ତାଘର ବୋଲି ଜିଲ୍ଲା ସାରା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ସରକାର ଏହା ଉପରେ କେବେ ତଦନ୍ତ ର ନିର୍ଦେଶ ଦେଉଛନ୍ତି ତାହାକୁ ନେଇ ଦେଖିବାକୁ ବାକି ରହିଛି l
