ବାରିପଦା, ୨୪/୧୦/୨୦୨୫ : ବାରିପଦା ବନଖଣ୍ଡ ଅଧିକାରୀ , ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ଵରେ ଶୁକ୍ରବାର ଦିନ ସଂକଳ୍ପ ସଭା ଗୃହ ,ବାରିପଦା ବନଖଣ୍ଡଙ୍କ କର୍ୟାଳୟ ପ୍ରାଙ୍ଗଣରେ , ବାରିପଦାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ୨ୟ ପର୍ଯ୍ୟାୟ ବନାୟନ ))ର ବନଖଣ୍ଡ ସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ୨୦୨୪-୨୫ ଅନୁଷ୍ଠିତ ହୋଇ ଯାଇଛି ।
ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲା ପରିଷଦ,ମୟୂରଭଞ୍ଜ ଭାରତୀ ହାଁସାଦା ଯୋଗଦେଇ ସମୀକ୍ଷା ୨୦୨୪-୨୫ ର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ, ସମୀକ୍ଷା ୨୦୨୪-୨୫ ର ଲକ୍ଷ୍ୟ ସହିତ କିପରି ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।
ଉକ୍ତ ପ୍ରକଳ୍ପ ଜରିଆରେ କିପରି ଉଜୁଡା ଜଙ୍ଗଲର ପୁନ୍ନରୁଦ୍ଧାର ହେବା ସହ ବନ ସୁରକ୍ଷା ସମିତି ସ୍ତରରେ ଲୋକମାନଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇ ପାରିଛି, ବିଭିନ୍ନ ବିଭାଗ ଦ୍ୱାରା ଜନାଭୀମୂଖି ଯୋଜନା ଗାଁର ଲୋକମାନଙ୍କ ପାଖରେ ପହଞ୍ଚି ପାରିଛି, ସେ ବିଷୟରେ ମାନନୀୟ ବନଖଣ୍ଡ ଅଧିକାରୀ ଗୁରୁତ୍ଵାରୋପ କରିଥିଲେ। ବୈଠକରେ ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧକାରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ କି ଏକାଭିମୁଖୀ କାର୍ଯ୍ୟ ମାଧ୍ୟମରେ ଭବିଷ୍ୟତରେ ଲୋକଙ୍କର କିପରି ଜୀବନ ଜୀବିକା ସୁଦୃଢ କରାଯାଇ ପାରିବ ସେଥିପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ପଡିବ। ଏଥିସହ କିପରି ପ୍ରକଳ୍ପ ଦ୍ୱାରା ଜଙ୍ଗଲ ଉପରେ ନିର୍ଭରଶିଳ ଲୋକମାନଙ୍କର ଜୀବନ ଜୀବିକାରେ ଉନ୍ନତି ହୋଇ ପାରିଛି ଏବଂ ଆହୁରି ଆଗକୁ ହୋଇ ପାରିବ ସେ ବିଷୟରେ ଆଲୋଚନା କରି ଜଙ୍ଗଲରୁ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟକୁ ସଂଗ୍ରହ କରି ତାହାର ପ୍ରକ୍ରିୟାକରଣ ମାଧ୍ୟମରେ ମୂଲ୍ୟ ଯୁକ୍ତ କରାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ବନ ସୁରକ୍ଷା ସମିତିର ଲୋକମାନଙ୍କର ରୋଜଗାର ବଢାଯାଇ ପାରିବ। ବୈଠକରେ ଉପସ୍ଥିତ ଥିବା ସମ୍ମାନିତ ଅତିଥି ମାନନୀୟ ଅତିରିକ୍ତ ଜିଲ୍ଲାପାଳ, ମୟୂରଭଞ୍ଜ ନେତ୍ରାନନ୍ଦ ମଲ୍ଲିକ କିପରି ସରକାର ଙ୍କ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ ଗାଁ ର ଲୋକମାନଙ୍କର ଜୀବନ ଜୀବିକାର ଉନ୍ନତି କରାଯାଇ ପାରିବା ବିଷୟରେ ଆଲୋକ ପାତ କରିଥିଲେ।
ଖଣ୍ଡୀୟ ପରିଚାଳନା ଏକକ, ବାରିପଦା ବନଖଣ୍ଡର ବିଷୟ ବସ୍ତୁ ବିଶେଷଜ୍ଞ, କମଳାକାନ୍ତ ମହାନ୍ତ ୨୦୨୪-୨୫ ବର୍ଷରେ ବନ ସୁରକ୍ଷା ସମିତି ମାନଙ୍କରେ କରାଯାଇଥିବା ବିଭିନ୍ନ ଉନ୍ନୟନ ରକ୍ଷଣାବେକ୍ଷଣ କାର୍ଯ୍ୟଗୁଡିକ ଯଥା- ବନ ସୁରକ୍ଷା ସମିତିର ସୁଦୃଢି କରଣ, ଜଙ୍ଗଲ ସୀମା ସର୍ବେକ୍ଷଣ, ଅଣୁ ଯୋଜନା ସଂଶଧନ ପ୍ରସ୍ତୁତି, ମୃତ୍ତିକା ଜଳ ସଂରକ୍ଷଣ, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ଏକାଭିମୂଖୀ ଯୋଜନା, ବୈଜ୍ଞାନିକ ପଦ୍ଧତିରେ ଉନ୍ନତ ଚାରା ଉତ୍ପାଦନ ଓ ପ୍ରକଳ୍ପ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭର ପରିବାର ଗୁଡିକର ଜୀବନ ଜୀବିକାରେ ଉନ୍ନତି ବିଷୟଗୁଡିକୁ ପି.ପି.ଟି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହା ସହିତ ଆଗାମୀ ଦିନରେ କିପରି ସୁଚାରୁ ରୂପେ ବିଭିନ୍ନ କାମ ଗୁଡିକ କରାଯାଇ ପାରିବ ତାହା ବନ ସୁରକ୍ଷା ସମିତିର ସଦସ୍ୟ ମାନଙ୍କର ସହଯୋଗ କାମନା କରିଥିଲେ। ମୁଖ୍ୟ ଅତିଥି ଓ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ କାର୍ଯ୍ୟ ରିପୋର୍ଟ ଉନ୍ମୋଚନ ହୋଇଥିଲା। ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀର ପ୍ରଦର୍ଶନୀ କରାଯାଇଥିଲା। ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ତାଙ୍କ ବିଭାଗ ଦ୍ୱାରା ଏକାଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ବନ ସୁରକ୍ଷା ସମିତିର ଲୋକମାନଙ୍କର ଜୀବନ ଜୀବିକା କିପରି ସୁଦୃଢ ହୋଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।
ବିଶେଷ ଭାବେ, ନିଜ ନିଜ ବନ ସୁରକ୍ଷା ସମିତିରେ ହୋଇଥିବା ଗଠନ ମୂଳକ କାର୍ଯ୍ୟ ତଥା ପ୍ରକଳ୍ପ ଦ୍ୱାରା ଲୋକମାନଙ୍କର ଜୀବନ ଜୀବିକାରେ କିପରି ଉନ୍ନତି ହୋଇ ପାରିଛି ସେ ବିଷୟରେ ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା, ବନ ସହାୟକ/ ସହାୟୀକା ଏବଂ କ୍ଷେତ୍ର ପରିଚାଳନା ଏକକର କର୍ମକର୍ତ୍ତା ସଫଳ କାହାଣୀ ଉପସ୍ଥାପନ କରିଥିଲେ।
ସମିକ୍ଷା ବୈଠକରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଯଥା ପ୍ରକଳ୍ପ ପ୍ରଶାସକ, ସମନ୍ୱୀତ ଅନୁସୂଚିତ ଜନଜାତି ଉନ୍ନୟନ ସଂସ୍ଥା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ କୃଷି ଅଧିକାରୀ, ସହକାରୀ ଉଦ୍ୟାନ ଅଧିକାରୀ, ସହକାରୀ ମତ୍ସ୍ୟ ଅଧିକାରୀ , ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ବିଷୟ ବସ୍ତୁ ବିଶେଷଜ୍ଞ ଶ୍ରୀ କୈଳାଶ ଚନ୍ଦ୍ର ଦାସ ବୈଠକକୁ ପରିଚାଳନା କରିଥିଲେ। ଶେଷରେ ସହକାରୀ ବନ ସଂରକ୍ଷକ ଶେଖ ମେହେରବାନ ଅଲ୍ଲୀ ଉପସ୍ଥିତ ଅତିଥି ବୃନ୍ଦ ଏବଂ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
