ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମୀନାରାଣୀ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ମଞ୍ଚାସୀନ ରହି ନାଟକର ଉପାଦାୟତା ଉପରେ ଆଲୋକପାତ କରିଥିଲେ l ଜିଲ୍ଲାରୁ ମୋଟ ଆଠଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ସେହି ବିଦ୍ୟାଳୟଗୁଡିକ ହେଲା ତୁଳସୀଚଉରା କଲୋନୀ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ, ଓଏଭି ଜୁଆଳିଆ, ଏମକେସି ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କମଳାନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ l ପ୍ରତିଯୋଗିତା ର ବିଚାରକ ଭାବେ ନାଟ୍ୟକାର ଅନ୍ନଦା ଶଙ୍କର ଦାସ, ଅଭିନେତା ଜ୍ଞାନରଞ୍ଜନ ପଣ୍ଡା ଓ ପ୍ରକାଶଚନ୍ଦ୍ର ଦାସ ଯୋଗ ଦେଇଥିଲେ l ପ୍ରତିଯୋଗିତାରେ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ, ବାରିପଦା, ମହାରାଜା କୃଷ୍ଣ ଚନ୍ଦ୍ର ବିଦ୍ୟାଳୟ, ବାରିପଦା, ଓଏଭି, ଜୁଆଳିଆ,ଉଦଳା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇ ଅତିଥିମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମପରିଚାଳନା ଶିକ୍ଷକ ନୟନ ଗିରି, ବସନ୍ତ ଦତ୍ତ, ମନୋଜ ପରିଡା, ମନୋଜ ପରିଡା, ସଂଜୀବ ଦଳେଇ, ଶିକ୍ଷୟିତ୍ରୀ ପ୍ରାର୍ଥନା ମିଶ୍ର, ଆୟୋଜକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ l ସୂଚନାଯୋଗ୍ୟ ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ବିଦ୍ୟାଳୟ ଚଳିତ ମାସ ଅକ୍ଟୋବର ୨୪ ତାରିଖ ରେ ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲା କୁ ନେଇ ବାରିପଦା ରେ ହେବାକୁ ଥିବା ଜୋନସ୍ତର ରେ ଅଂଶ ଗ୍ରହଣ କରିବ l

Leave a Reply

Your email address will not be published. Required fields are marked *