ବାରିପଦା ତା ୨୨-୧୦-୨୦୨୫ ରିଖ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ନବମ ବୈଠକ ଆଜି ଅପରାହ୍ନ ୦୩ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, ଲୋକସଭା,ମୟୂରଭଞ୍ଜ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି.
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ,ଉଦଳା ବିଧାୟକ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲାପାଳ ହେମ କାନ୍ତ ସୟ, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ନେତ୍ରା ନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ବୈଠକ ର ପ୍ରାରମ୍ଭ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମା ନନ୍ଦ ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ମାନ୍ୟବର ସାଂସଦ ନବ ଚରଣ ମାଝୀ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଜନା ସହାୟତାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଆଲୋଚନାରେ ଜିଲ୍ଲା ଦିଶା କମିଟିର ସମସ୍ତ ଲୋକପ୍ରତିନିଧି ସଭ୍ୟ- ସଭ୍ୟା ଏବଂ ସମ୍ପୃକ୍ତ ସରକାରୀ ଲାଇନ ବିଭାଗ ର ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରାଯିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଳାରେ ଉନ୍ନୟନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।.
ଉକ୍ତ ବୈଠକ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟ ସୂଚୀ ଅନୁସାରେ ପ୍ରଥମେ ପୂର୍ବ ଦିଶା କମିଟି ବୈଠକର ଆଲୋଚନାରେ ସାଂସଦ /ବିଧାୟକ ଓ ଅନ୍ୟାନ୍ୟ ଜନପ୍ରତିନିଧି ମାନଙ୍କ ଦ୍ୱାରା ଉତଥାପିତ ବିଭିନ୍ନ ଆପତ୍ତି ଅଭିଯୋଗ ତଥା ପ୍ରସ୍ତାବ ଉପରେ ସମ୍ପୃକ୍ତ ବିଭାଗର ଅଧିକାରୀ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥବା କାର୍ଯ୍ୟାନୁଷ୍ଠାନର ଅନୁପାଳନ ସମ୍ପର୍କିତ ସବିଶେଷ ସମୀକ୍ଷା ମୂଳକ ଆଲୋଚନା କରାଯାଇ ବିବରଣୀକୁ ଦୃଢ଼ୀକରଣ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା.
ତତ୍ପରେ ବିଶେଷକରି କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଯଥା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ଗ୍ରାମ୍ୟ ପାନୀୟ ଜଳ ଯୋଜନା ଅନ୍ତର୍ଗତ ଜଲ ଜୀବନ ମିଶନ, ରାଷ୍ଟ୍ରୀୟ କୃଷି ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ସ୍ୱଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅମୃତ ସରୋବର ଯୋଜନା, ଜଳ ସମ୍ପଦ ଅଧୀନରେ କେନାଲ, ପୋଲ, ନଦୀ ବନ୍ଧ, ପ୍ରାଣୀ ସମ୍ପଦ, ଗୋକୁଳ ମିଶନ, ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଵୟୋବାନ୍ଦନ ଯୋଜନା, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ମା ଓ ଶିଶୁ ସୁରକ୍ଷା ଯୋଜନା, ଜାତୀୟ ଯକ୍ଷ୍ମା ରୋଗ ବିଲୋପ, ରାଷ୍ଟ୍ରୀୟ ବାଲ ସୁରକ୍ଷା, ସ୍ୱାସ୍ଥ୍ୟନାରୀ, ସଶକ୍ତ ପରିବାର ଜାତୀୟ ରାଜପଥ ଭିତ୍ତି ଭୂମି ବିକାଶ, ସମନ୍ୱିତ ଶିଶୁବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜାଲା ଯୋଜନା, ରାଜପଥ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସଏଲ ହେଲଥ କାର୍ଡ, ଫସଲ ବୀମା ଯୋଜନା ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜନଧନ ଯୋଜନା, ସୁକନ୍ୟା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଇତ୍ୟାଦି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମ ର ଅଗ୍ରଗତି ସ୍ଥିତି ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ମୂଳକ ସମୀକ୍ଷା କରାଯାଇଥିଲା.
ଅନୁଷ୍ଠିତ ଉକ୍ତ ବୈଠକ ରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ ତଥା ଅନ୍ୟାନ୍ୟ ଜନପ୍ରତିନିଧି ତଥା ଦିଶା କମିଟି ର ସଦସ୍ୟ /ସଦସ୍ୟା, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସମାଜସେବୀ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ.
