ବାରିପଦା – ତା 18/10 ; ଆଜି 18 ତାରିଖ ରେ କରଞ୍ଜିଆ ର ଔଷଧ ଦୋକାନ ଗୁଡିକରେ ଜିଲ୍ଲା ଡ୍ରଗ୍ସ କର୍ମକର୍ତା ମାନେ ଚଢ଼ାଉ କରିଛନ୍ତି |ଓଡିଶା ଡ୍ରଗ୍ସ କଣ୍ଟ୍ରୋଲର ଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଥାନା ଅଂଚଳ ରେ ଥିବା ସମସ୍ତ ଔଷଧ ଦୋକାନରେ ଏହି ଚଢ଼ାଉ କରାଯାଇଛି | ସହକାରୀ ଭେଷଜ ନିୟନ୍ତ୍ରକ ରୁଦ୍ର ନାରାୟଣ ସାହୁ ଙ୍କ ନେତୃତ୍ୱରେ ଭେଷଜ ନିରୀକ୍ଷକ ପ୍ରଦୀପ କୁମାର ସାହୁ ଚଢ଼ାଉ ବେଳେ ଔଷଧ ଗୁଡିକର ଯାଞ୍ଚ କରିଥିଲେ |କିଛିଦିନ ଆଗରୁ ମଧ୍ୟପ୍ରଦେଶ ରେ କଫ ସିରାପ ଖାଇ ଶିଶୁ ମୃତ୍ୟୁ ବରଣ କରିଥିବା ପରିପ୍ରେକ୍ଷୀରେ ଏହି ଚଢ଼ାଉ ହୋଇଥିବାର କୁହାଯାଉଛି | ହେଲେ ଏଭଳି ଔଷଧ ଏହି ଅଞ୍ଚଳ ରେ ଉପଲବ୍ଧ ନଥିବାବେଳେ ଏଭଳି କଫ ସିରାପ କାହାକୁ ବି ଦିଆଯାଇନି ବୋଲି ଯାଞ୍ଚ କାରିଦଳ ଜାଣିବାକୁ ପାଇଥିବାର କୁହାଯାଉଛି | ତେବେ କରଞ୍ଜିଆ ଅଂଚଳ ରେ 4 ଗୋଟି ଔଷଧ ଦୋକାନ, ଯଥା ରାଜେଶ ମେଡିକାଲ ଷ୍ଟୋର,ମା ତାରିଣୀ ମେଡ଼ିସିନ ଷ୍ଟୋର,ମା କିଚକେଶ୍ବରୀ ମେଡ଼ିସିନ ଷ୍ଟୋର ଓ ଭାରୁକା ମେଡିକାଲସ ରେ ଏହି ଚଢ଼ାଉ କରାଯାଇଥିଲା | ସେଥି ମଧ୍ୟରୁ ତିନିଗୋଟି ମେଡ଼ିସିନ ଯାଞ୍ଚ କରାଯାଇ ବେନିୟମ ହୋଇଥିଲେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଞ୍ଚ କାରି ଟିମ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *