ଠାକୁରମୁଣ୍ଡା,୧୭/୧୦ (ନି.ପ୍ର) ଜଣେ ଶିକ୍ଷୟତ୍ରୀ ଆଜି ସ୍କୁଲ ଯିବା ସମୟରେ ରାସ୍ତାରୁ ଅଟାକାଇ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କ ନିକଟରୁ ସୁନା ଚେନ ଓ କାନଫୁଲ ଦୁର୍ବୁର୍ତ୍ତ ମାନେ ଲୁଟି ନେଇଥିବାର ଅଭିଯୋଗ।
ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁହାଳଡ଼ିହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁନିତା ବୁଡିଉଲି ଶୁକ୍ରବାର ସକାଳ ୯.୩୦ ମିନିଟ ସମୟରେ ତାଙ୍କ ଘର ଠାକୁରମୁଣ୍ଡା ନିକଟ ବାଘମୁଣ୍ଡା ଗ୍ରାମରୁ ସ୍କୁଟି ଯୋଗେ ବିଦ୍ୟାଳୟ କୁ ଯାଉଥିଲେ।ଠାକୁରମୁଣ୍ଡା – ଜାମୁନାଳିଆ ପ୍ରଧାନମନ୍ତ୍ରୀ ରାସ୍ତାରୁ ଗୁହାଳଡ଼ିହି ଗ୍ରାମ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ପିଛା କରିଥିବା ୨ ଜଣ ଦୁର୍ବୁର୍ତ୍ତ ନିଛାଟିଆ ଜଙ୍ଗଲ ମଝି ରେ ତାଙ୍କ
ସ୍କୁଟି କୁ ଧକ୍କା ମାରି ଶିକ୍ଷୟତ୍ରୀ ଙ୍କୁ ତଳେ ପକାଇ ଦେଇଥିଲେ।ପରେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କ ନିକଟରୁ ପିନ୍ଧିଥିବା ସୁନା ଚେନ ଓ ୨ ଟି କାନ ଫୁଲ ଦୁଇଟି କୁ ଛଡ଼ାଇ ନେଇଥିଲେ।ନିକଟରେ ଥିବା ଜଙ୍ଗଲ ଭିତରେ ଗୋରୁ ଚରାଉ ଥିବା ଲୋକେ ଆସି ଯିବାରୁ ଦୁର୍ବୁର୍ତ୍ତ ମାନେ ଘଟଣା ସ୍ଥଳ ରୁ ବାଇକ ଯୋଗେ ଚମ୍ପଟ ମାରିଥିଲେ।ପରେ ଶିକ୍ଷୟତ୍ରୀ ଏ ନେଇ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ର ତଦନ୍ତ କରୁଛି।
