ବାରିପଦା- ତା ୧୭/୧୦ ; ଆକ୍ସନ ମୋଡରେ ମହୁଲଡିହା ପୋଲିସ , ବେଆଇନ ଭାବେ ଗୋରୁ ଚାଲାଣ ବେଳେ ୬ ପିକଅଫ ଭ୍ୟାନ ସହ ୫ ଡ୍ରାଇଭର ଅଟକ, ୪୮ ବଳଦ ଉଦ୍ଧାର ।
ଗତକାଲି ବିଳମ୍ବିତ ରାତିରେ ଚୋରା ଗୋ ଚାଲାଣ କରୁଥିବା ବେଳେ ୫୩ନମ୍ବର ରାଜ୍ୟ ରାଜପଥର ଆନନ୍ଦପୁର-ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାରୁ ମହୁଲଡ଼ିହା ଥାନା ପୋଲିସ ୬ ଟି ପିକଅଫ ଭ୍ୟାନକୁ ଜବତ କରିବା ସହିତ ୪୮ଟି ବଳଦ ଉଧାରେ କରିଛନ୍ତି। ସେହିପରି ଚାଲାଣ ରେ ସମ୍ପୃକ୍ତ ଥିବା ୫ ଡ୍ରାଇଭର କୁ ମଧ୍ୟ ଅଟକ ରଖି ତଦନ୍ତ ଜାରି ରଖିଛି ମହୁଲଡିହା ପୋଲିସ, ୫୩ନମ୍ବର ରାଜ୍ୟ ରାଜପଥ ବାରମ୍ବାର ଗୋରୁ ବୋଝେଇ ଗାଡ଼ି ଗୁଡିକୁ ଜବତ କରୁଥିବା ବେଳେ ଗୋ ଚାଲାଣ କିନ୍ତୁ ବନ୍ଦ ହେଉନାହିଁ ତେବେ ବିଳମ୍ବିତ ରାତିରେ ମହୁଲଡ଼ିହା ଥାନା ପୋଲିସ ୬ ଟି ଗୋରୁ ବୋଝେଇ ହୋଈ ଯାଉଥିବା ପିକଅପ ଭ୍ୟାନ କୁ ଜବତ କରି ଏକ ବଡ ସଫଳତା ପାଇଛି। ଘଟଣା ସ୍ଥଳରୁ ଗୋଟିଏ ଗାଡି ଛାଡି ଡ୍ରାଇଭର ଫେରାର ହୋଈ ଯାଇଛି। ସୂଚନା ଅନୁଯାୟୀ ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତା ର ଆନନ୍ଦପୁର ପଟୁ ଏକ ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ଯାଉଥିବା ଦେଖି ମହୁଲଡ଼ିହା ଥାନା ଅଧିକାରୀ ଅରୁଣ କୁମାର ଟୁଡୁଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ବିଜୟ କୁମାର ସାନ୍ତରା ଓ ପୋଲିସ ଟିମ ଗୋ ବୋଝେଇ ଗାଡିକୁ ପିଛା କରିବାରୁ ଗୋ ବୋଝେଇ ଗାଡି ପୋଲିସ କୁ ଦେଖି ମହୁଲଡ଼ିହା – ଗୌଡ଼ିଆବାହାଳି ପ୍ରଧାନମନ୍ତ୍ରୀ ରାସ୍ତାରେ ଖସି ପଳାଇ ଯିବା ବେଳେ ପୋଲିସ ଗୌଡ଼ିଆବାହାଳି ରାସ୍ତା ପୁରୁଣାପାଣି ଗାଁ ନିକଟରୁ ଗାଡିକୁ ଗୋଡ଼ାଇ ଧରିବାରେ ସଫଳ ହୋଇଛି। ତେବେ ଏ ନେଇ ମହୁଲଡିହା ଥାନା କେସ୍ ନଂ ୧୦୩ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।
ଆକ୍ସନ ମୋଡରେ ମହୁଲଡିହା ପୋଲିସ , ପୁଣିଚୋରା ବଳଦ ଚାଲାଣ ବେଳେ ୬ ପିକଅଫ ଭ୍ୟାନ ସହ ୫ ଡ୍ରାଇଭର ଅଟକ, ୪୮ ବଳଦ ଉଦ୍ଧାର |
