ବାରିପଦା / କରଞ୍ଜିଆ – ତା 16/10 ; କରଞ୍ଜିଆ ସହର ବଣ ସାହି ନିବାସୀ ବିଶିଷ୍ଟ ସାହିତ୍ୟିକ, ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତ ଙ୍କ ଏକାଦଶାହ କର୍ମ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଓ ଆଲୋଚନା ଚକ୍ର ବୈଜ୍ଞାନିକ ମହାନ୍ତ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି । ମଣିଷ ର ମୃତ୍ୟୁ ହୁଏ , କିନ୍ତୁ ସାରସ୍ଵତ ସୃଷ୍ଟିର ବିଲୟ ହୁଏ ନାହିଁ । ସେ ସବୁବେଳେ ଅଲିଭା ଦୀପ ଶିଖା ଟିଏ ହେଇ ମଣିଷ ର ମନକୁ ଯୋଡ଼ି ଦେବା ରେ ସାହାଯ୍ୟ କରିଥାଏ ବୋଲି ଶ୍ରଦ୍ଧାଞ୍ଜଳି ସଭା ରେ କରଞ୍ଜିଆ ସାହିତ୍ୟ ସଂସଦ ର ସଭା ପତି ଭରତ ଚନ୍ଦ୍ର ଦାଶ , ସାଧାରଣ ସମ୍ପାଦକ ତଥା କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା , ସମାଜ ସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ,ଇ , ତ୍ରିଲୋଚନ ସେଠୀ , ମନୋହର ପାତ୍ର , ସାମ୍ବାଦିକ ଉମାଶଙ୍କର ଦାସ , ପଦ୍ମ ଲୋଚନ ନନ୍ଦ , ଆଶିଷ କୁମାର ମହାନ୍ତ , କବିତା ମିଶ୍ର , ଶ୍ରୀ ଧର ମହାନ୍ତ , କୃପା ସିନ୍ଧୁ ମହାନ୍ତ , ଅଧ୍ୟାପିକା ସୁକାନ୍ତି ନାୟକ ପ୍ରମୁଖ ଯୋଗଦାନ କରି ରବୀନ୍ଦ୍ର ନାଥ ମହାନ୍ତ ଙ୍କ ସାହିତ୍ୟ ସର୍ଜନା ର ବିଲୟ ନାହିଁ ବୋଲି ମତ ଦାନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭା ରେ କବିଙ୍କ ପୁତ୍ର ଶ୍ରୀ ଧର୍ମେନ୍ଦ୍ର ମହାନ୍ତ , ଝିଅ ଶିକ୍ଷୟିତ୍ରୀ ଅପର୍ଣ୍ଣା ମହାନ୍ତ ,ସାନ ଭାଇ ଯୋଗେନ୍ଦ୍ର ନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ରବୀନ୍ଦ୍ର ନାଥ ମହାନ୍ତ ଙ୍କ ର ଏକାଧିକ ପୁସ୍ତକ ପ୍ରକାଶିତ ହୋଇ ବହୁତ ପାଠକୀୟ ସ୍ଵୀକୃତି ଲାଭ କରିଛି । ସେଥିମଧ୍ୟରୁ ପାଞ୍ଚ ପିଢ ର ସାରସ୍ଵତ ପ୍ରତିଭା , ପାଞ୍ଚ ପିଢ ର ସ୍ବାଧୀନତା ସଂଗ୍ରାମୀ , କୁସୁମୀ ଏକ ଜନ ଜାତି ପୁସ୍ତକ ଗୁଡ଼ିକ ଥିବା ବେଳେ କବିତା ସଙ୍କଳନ ଧୂଳିର ଫୁଲ , ସେ କାଳ ଏ କାଳ, ଶିକ୍ଷା ର ଫୁଲ ,କାନନ କୁସୁମ ଇତ୍ୟାଦି ପୁସ୍ତକ ରଚନା ପାଇଁ ସେ ବହୁତ ଅନୁଷ୍ଠାନ ରୁ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ କର୍ମ ଚାରି ସଂଘ , ସାମ୍ବାଦିକ ସଂଘ , ସାହିତ୍ୟ ସଂସଦ ର ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।
