ଆଜି ଜିଲ୍ଲା ସରକାରୀ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ସୁବାସ ନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ(କୁଷ୍ଠ ରୋଗ) ଡାକ୍ତର ଶାନ୍ତନୁ ଦାସ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭେକ୍ଟର ବାହିତ ରୋଗ) ଡାକ୍ତର ବିଜୟ କୁମାର ଦାସ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ସୁନନ୍ଦା ମିଶ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିତା ମିଶ୍ର,ବାରିପଦା ଏ.ଏନ.ଏମ ତାଲିମ କେନ୍ଦ୍ରର ଭାରପ୍ରାପ୍ତ ଅଧ୍ୟକ୍ଷା ଭାରତୀ ଆରୁଖ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁରାମ ମୁର୍ମୁ ,ତାଲିମ କେନ୍ଦ୍ରର ପ୍ରଶିକ୍ଷୀକା ଏବଂ ଏ ଏନ ଏମ ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ଡାକ୍ତର ସୁବାସ ନାୟକ ସମସଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ଭନ୍ଧରେ ବକ୍ତବ୍ୟ ରଖିଥିଲେ।ସେ କହିଥିଲେ ଯେ ବିଶ୍ବ ଦୃଷ୍ଟି ଦିବସ ଆମ ଆଖିର ଗୁରୁତ୍ଵ ଏବଂ ସ୍ବାସ୍ଥ୍ୟର ସୁରକ୍ଷା ଉପରେ ଆଲୋକପାତ କରେ।ଆଖି ହେଉଛି ଆମ ଶରୀରର ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ।ଆଖି ହିଁ ଆମକୁ ପ୍ରକୃତି ଓ ଆଲୋକର ଉପସ୍ଥିତିକୁ ଅନୁଭବ କରିବାକୁ ସକ୍ଷମ କରେ।ଆଖି ବିନା ଦୁନିଆ ଅନ୍ଧାରମୟ ହୋଇଯାଏ।ତେଣୁ ଆଖିରେ ସାମାନ୍ୟ କୌଣସି ସମସ୍ୟା ଦେଖାଦେଲେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି ସମସ୍ତ ଅଥିତି ମାନେ ବ୍ୟକ୍ତବ୍ୟ ରଖିଥିଲେ।ଏବର୍ଷ ଦିବସ ପାଳନର ବାର୍ତ୍ତା ” ନିଜର ଆଖିକୁ ଭଲ ପାଆନ୍ତୁ ଏବଂ ଏହାର ଯତ୍ନ ନିଅନ୍ତୁ”।ଏହା ପରେ ଉପସ୍ଥିତଥିବା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିଶ୍ର ପାୱାର ପଏଣ୍ଟ ମାଧ୍ୟମରେ ପୁଙ୍ଖାନୁପୁଖିକ ଭାବରେ ଆଲୋଚନା କରିଥିଲେ। ବିଶେଷ ଭାବରେ ଚକ୍ଷୁର ଯତ୍ନ ସମ୍ବନ୍ଧରେ ଯେପରି କି ସୁଷମ ଖାଦ୍ୟ ଖାଇବା, ଧୂମପାନ ବର୍ଜନ କରିବା, ବାରମ୍ବାର ଆଖିପତା ପକାଇବା, ମୋବାଇଲରେ ବା କମ୍ପ୍ୟୁଟର ରେ କାମ କରୁଥିଲେ ପ୍ରତି ୨୦ ମିନିଟ୍ ରେ ୨୦ ଫୁଟ ଦୂରରେ ଥିବା ବସ୍ତୁକୁ ୨୦ ସେକେଣ୍ଡ ଦେଖିବା ଇତ୍ୟାଦି ବିଷୟରେ ବୁଝାଇଥିଲେ ଏବଂ ଏ ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଂଶ ଗ୍ରହଣକାରୀ ମାନଙ୍କୁ ଆହ୍ବାନ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗଯୋଗ ଅଧିକାରୀ ଧନୁରାମ ମୁର୍ମୁ ପରିଚାଳନା କରିଥିଲେ ଏବଂ ଶେଷରେ
ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଗଣେଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *