ବାରିପଦା,୨୫/୦୯/୨୦୨୫ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅଧିନସ୍ଥ କୁଚିଳାଘାଟି ସୀତାକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ଠାରେ “ସ୍ଵଛତା ହିଁ
ସେବା” ଅଭିଯାନର ଆଜି ଦିବସର ବିଷୟ ବସ୍ତୁ-
ଏକ ଦିନ,ଏକ ଘଣ୍ଟା,ଏକ ସାଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ତା’ଙ୍କ ବକ୍ତବ୍ୟରେ ସମସ୍ତ ସରକାରୀ ଅଧିକାରୀ, ପଂଚାୟତ କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ଓ ଜନସାଧରଣ ଙ୍କୁ ସ୍ୱଚ୍ଛ, ସୁସ୍ଥ ଓ ନିରାପଦ ଗ୍ରାମ ଗଠନ ପାଇଁ ଆହ୍ୱାନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶାନ୍ତନୁ କୁମାର ନାୟକ ଶ୍ୟାମାଖୁଣ୍ଟା ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ମୁନା ସେଠୀ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବିଭାଗର କର୍ମଚାରୀ ଏକତ୍ରିତ ଭାବେ ପର୍ଯ୍ୟଟନ ସ୍ଥାନ ସ୍ଥଳୀଟିକୁ ସଫେଇ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସ୍ୱଚ୍ଛ କର୍ମୀ, ସରକାରୀ ଅଧିକାରୀ ଓ ଜନସାଧାରଣ ସ୍ୱଚ୍ଛତାକୁ ନେଇ ଏକ ଶପଥ ପାଠ କରିଥିଲେ।

Leave a Reply

Your email address will not be published. Required fields are marked *