ବାରିପଦା ତା ୧୯/୧୧/୨୦୨୪ ରିଖ
ଆଜି ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ୧୦୭ ତମ ଜନ୍ମ ଜୟନ୍ତୀ ବାରିପଦା କଂଗ୍ରେସ ଦଳ ତରଫରୁ ମହିଳା କଂଗ୍ରେସ କାର୍ଯ୍ଯାଳୟ ବାରିପଦାଠାରେ ପାଳନ କରାଯାଇଛି। ୧୯୧୭ ମସିହା ଆଲାହାବାଦ ସହରରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଏକ ମାତ୍ର କନ୍ଯା ସନ୍ତାନ ଥିଲେ। ୧୯୬୬ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରାଜୀ ଦେଶାଇ ଙ୍କୁ ପରାସ୍ତ କରି ଭାରତର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଭାରତୀୟ ଇତିହାସରେ ତାଙ୍କୁ ଆଇରନ ଲେଡି ବୋଲି ନାମିତ କରାଯାଇଛି। ତାଙ୍କର ଜନ୍ମ ଜୟନ୍ତୀକୁ ସ୍ମରଣ କରି ଆଜି ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ତାଙ୍କର ସୃତିଚାରଣ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଟାଉନ କଂଗ୍ରେସ ପୂର୍ବତନ ସଭାପତି ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଆଇନ ସେଲ ସଭାପତି ଜ୍ୟୋତି ପ୍ରକାଶ ରଥ, ନିର୍ମଳ ପ୍ରଧାନ, ଇକବାଲ ଅହମ୍ମଦ, ଫରିଦା ତବସୁମ, ୱାହିଦା ଅହମ୍ମଦ, ଟାଉନ ମହିଳା ସଭାନେତ୍ରୀ ରଶ୍ମିତା ମିଶ୍ର, ଶୁଭସ୍ମିତା ବେହେରା, ଯୋଷଦା ଦେବୀ ପ୍ରମୁଖ ଉପସ୍ଥିତ ରହି ଇନ୍ଦିରାଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *