ବାରିପଦା-8/10-ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅନୁକୁଲ୍ୟରେ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ସମାଜ କଲ୍ୟାଣ କାର୍ଯ୍ୟାଳୟ ତରଫରୁ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଗତ ୦୮. ୧୦. ୨୦୨୪ ତାରିଖରେ ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି I ସମାଜରେ ଲିଙ୍ଗଗତ ବୈଷମତା କୁ ଦୂର କରିବା ଓ ମହିଳା ତଥା କନ୍ୟା ସନ୍ତାନ ମାନେ କିପରି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରି ପାରିବେ ଏହି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉ ଅଛି I ଅକ୍ଟୋବର ୧୧ ତାରିଖରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ ପାଳନ କରାଯାଏ I ଏହି ଅବସରରେ ସରକାରଙ୍କ ନିର୍ଦେଶ କ୍ରମେ ଅକ୍ଟୋବର ୨ ଠାରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତ୍ୟେକ ଅଙ୍ଗନବାଡି, ବ୍ଲକ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହି ଅଛି I ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ର CDO cum EO ରଜନୀ କାନ୍ତ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ଓ କନ୍ୟା ସନ୍ତାନ ମାନେ କିପରି ସମାଜରେ ଆଗକୁ ଆସି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ସେ ସମ୍ପର୍କରେ ବାର୍ତା ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନ୍ନପୂର୍ଣ୍ଣା ସିଂଙ୍କୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ନିଯୁକ୍ତି ଅଧିକାରୀ ଆଶିଷ କୁମାର ବସନ୍ତିଆ, ଶିଶୁ ମଙ୍ଗଳ ସମିତି ର ସଦସ୍ୟ ମନମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମାଜ ତଥା ପରିବାରରେ ଲିଙ୍ଗଗତ ବୈଷମତା କୁ ଦୂର କରି କିପରି ସବୁ ଝିଅ ମାନେ ପାଠ ପଢି ଆଗକୁ ଯାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ସେ ସମ୍ପର୍କରେ ବାର୍ତା ଦେଇଥିଲେ I ଜିଲ୍ଲାରେ “ବାଲ୍ୟବିବାହ କୁ ନା ଏବଂ ବିଦ୍ୟାଳୟ କୁ ହଁ” ସେ ସମ୍ପର୍କରେ ଏକ ଶପଥ ପାଠ କରାଯାଇଥିଲା I କାର୍ଯ୍ୟକ୍ରମ ଜରିଆରେ ADVIKA କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ ତଥା କନ୍ୟା ସନ୍ତାନ ମାନଙ୍କ ଉପରେ ସଚେତନତା ସୃଷ୍ଟି କରିଥିବା ଏବଂ ପାଠପଢା ଜାରି ରଖିଥିବା କନ୍ୟା ସନ୍ତାନ ମନକୁ ସମ୍ମାନିତ କରାଯାଇଥିଲା I ବାଳିକା ମାନଙ୍କ ଦ୍ୱାରା ଗୀତ, ବକ୍ତୃତା, ଭିଡିଓ ସୋ ଇତ୍ୟାଦି ମାଧ୍ୟମରେ ଦିନଟି ପାଳନ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ SWO ନିହାରିକା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ Action Aid ର ଜିଲ୍ଲା ସଂଯୋଜକ ପ୍ରକାଶ କୁମାର ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ପରମର୍ଶଦାତା ଦିଲୀପ କୁମାର ପଣ୍ଡା , କୋଷାଧ୍ୟକ୍ଷ ବ୍ରଜ କିଶୋର ଖୁଣ୍ଟିଆ, ଚନ୍ଦ୍ରଶେଖର ମହାପାତ୍ର, ଅଜିତ କୁମାର ଦେ, ରଶ୍ମିତା ପରିଡା, ମଧୁସ୍ମିତା ମହାନ୍ତ ପ୍ରମୁଖ ସହାୟତା କରିଥିଲେ .

Leave a Reply

Your email address will not be published. Required fields are marked *