ବାରିପଦା, ୫/୧୦/୨୦୨୪:: କୃଷକମାନଙ୍କ ଆର୍ଥିକ ଆବଶୟକତା ପୂରଣ କରିବା ପାଇଁ ପିଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସ୍ୱଳ୍ପ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନିଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯିବାର କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଆଜି ଦେଶର ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ରର ୱାସିମ ସହର ଠାରେ ଆୟୋଜିତ ପିଏମ କିଷାନ ଉତ୍ସବ ସମାରୋହ ଠାରେ ଦେଶର ୯କୋଟି ୪୦ ଲକ୍ଷ ଚାଷୀଙ୍କୁ ୨୦୦୦୦ କୋଟି ଟଙ୍କା ହସ୍ତାନ୍ତର କରିଥିଲେ।

ଏହି ପରିପ୍ରେକ୍ଷୀରେ ବାରିପଦା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ତତ୍ୱାବଧାନରେ ହୋଇଥିବା ବେଳେ ବି.ଜେ .ପି ର , ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, , ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, , ବାରିପଦା ବିଧାୟକପ୍ରକାଶ ସୋରେନ, , ସାରସକଣା ବିଧାୟକ ଭାଦବ ହାଁସଦା,ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧକ୍ଷା ଭାରତୀ ହାଁସଦା ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ ଯୋଗ ଦେଇଥିଲେ।

ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ସମସ୍ତ ଚାଷୀ ଭାଇ ଭଉଣୀ ମାନେ ୱାସିମ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ। ଏଥିସହିତ ଉପସ୍ଥିତ ସମସ୍ତଙ୍କୁ ଅତିଥି ମାନେ ଜିଲ୍ଲାରେ ଚାଷ ବିଷୟରେ ଉତ୍ତମ ପଦ୍ଧତି ଏବଂ ପ୍ରଣାଳୀ ଅବଲମ୍ବନ ପାଇଁ ଉତ୍ସାହିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ୨,୨୩,୭୯୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର ହେବ ବୋଲି ସୂଚନା ପ୍ରାପ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରା ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଡଃ ସଂଘମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କୃଷି ଉପନିର୍ଦ୍ଦେଶିକା ମଧୁସ୍ମିତା ଜେନା ସଭା କାର୍ଯ୍ୟପରିଚାଳନା କରିଥିବାର ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *