ବାରିପଦା – ତା :-16/02/2023 ରିଖ ସ୍ଥାନୀୟ ଲା୍ୟନ୍ସ କ୍ଲବ ସମ୍ମିଳନୀ କକ୍ଷରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଓ ସମ୍ବାଦ ଓ ଆମ ଓଡିଶାର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ମୋଟ 35 ଜଣ ରକ୍ତଦାନ କରିଥିଲେ I ସମାଜସେବୀ ସୋମନାଥ ସିଂହ ଏହି ଶିବିରରେ 55 ତମ ରକ୍ତଦାନ କରି ଯୁବ ପିଢ଼ିଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ I ଏହି ଅବସରରେ ନାରାୟଣ ସେବା ଟ୍ରଷ୍ଟ ଦ୍ୱାରା ମୁଖ୍ୟ ଅତିଥି ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀଙ୍କ ହାତରେ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସମ୍ବାଦର ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ ଓ ମୁଖ୍ୟ ଆୟୋଜକ ସମାଜସେବୀ ଡ଼ ନିରୋଜ କୁମାର ପୋଥାଳ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ଶ୍ରୀ ସିଂହ ରକ୍ତଦାନ ମହା ପୁଣ୍ୟ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ବହୁବାର ରକ୍ତଦାନ କରିବା ସହ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି I 57 ବର୍ଷ ବୟସରେ ମଧ୍ୟ ରକ୍ତଦାନ କରି ସେ ଯୁବ ପିଢ଼ିଙ୍କୁ ସ୍ବେଛାକୃତ ଭାବେ ରକ୍ତଦାନ କରିବା କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ବାର୍ତ୍ତା ଦେଇଛନ୍ତି I

Leave a Reply

Your email address will not be published. Required fields are marked *